ସିଏସ୍‌କେ ମତେ ଜଣେ ଉନ୍ନତ ଖେଳାଳି ଓ ଭଲ ମଣିଷ କରିଛି: ଧୋନି

Advertisment
ଏଥରର ଆଇପିଏଲ୍‌ ଧୋନିଙ୍କ ପାଇଁ ଚୟନ ମାନଦଣ୍ଡ ହେବା ଅନୁଚିତ: ନେହରା

DNA India

ଚେନ୍ନାଇ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚଳିତ ମାସରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍‌କୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଜଣେ ଭଲ ମଣିଷ ଓ ଉନ୍ନତ ଖେଳାଳି ହେବାର ଶ୍ରେୟ ମାହି ନିଜ ଆଇପିଏଲ୍ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)କୁ ଦେଇଛନ୍ତି। ସେହିଭଳି କଠିନ ପରିସ୍ଥିତିକୁ ସାହସର ସହ ମୁକାବିଲା କରିବାର କଳା ସିଏସ୍‌କେରୁ ହିଁ ଶିଖିଛନ୍ତି ବୋଲି ସେ ମତ ରଖିଛନ୍ତି।

ଆଇପିଏଲ୍-୧୩ ପାଇଁ ଅଭ୍ୟାସ କରିବା ଲାଗି ଚେନ୍ନାଇ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସମ୍ବର୍ଧନା ପାଇଥିବା ଧୋନି କହିଛନ୍ତି ଯେ ଜୀବନର ପ୍ରତିଟି କ୍ଷେତ୍ରରେ ଉନ୍ନତି କରିବାରେ ସିଏସ୍‌କେ ମୋତେ ଯଥେଷ୍ଟ ସହାୟ ହୋଇଛି। ସେ ଜଣେ ଭଲ ମଣିଷ ହେଉ କି, ଦକ୍ଷ କ୍ରିକେଟର୍‌, ସିଏସ୍‌କେରେ କଟାଇଥିବା ସମୟ ମୋତେ ଅନେକ ଉଚିତ ଶିକ୍ଷା ଦେଇଛି। ପଡ଼ିଆ ଓ ପଡ଼ିଆ ବାହାରେ କଠିନ ପରିସ୍ଥିତିକୁ ପରିଚାଳନା କରିବାର ସାହସ ଓ କଳା ସମ୍ଭବତଃ ମୁଁ ଏହି ଦଳରୁ ଶିଖିଛି। ୩୮ ବର୍ଷୀୟ ଧୋନି ଭାରତୀୟ ଦଳର ବିଶ୍ବକପ୍ ସେମିଫାଇନାଲ୍ ପରାଜୟଠାରୁ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ତେବେ ଆଇପିଏଲ୍‌ରେ ନିଜ ପୁରୁଣା ଯାଦୁ ଦେଖାଇବାକୁ ସେ ଏବେ ଚେନ୍ନାଇରେ କଠିନ ଅଭ୍ୟାସ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe