ଆଇପିଏଲ୍‌-୧୪: ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୫୭ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ ସୁପର କିଙ୍ଗ୍ସ

ଆଇପିଏଲ୍‌-୧୪: ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୫୭ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ ସୁପର କିଙ୍ଗ୍ସ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୨ୟ ପର୍ଯ୍ୟାୟର ମ୍ୟାଚ୍‌ ଆଜିଠାରୁ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ‌ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୫୬ ରନ୍‌ ସଂଗ୍ରହ କରିଛି। ଫଳରେ ମୁମ୍ବାଇକୁ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଚେନ୍ନାଇ ଟିମ୍‌ ଯୁବ ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକୱାଡ ସର୍ବାଧିକ ୮୮ ରନ୍‌ ସଂଗ୍ରହ କରିଥିଲେ। ସେ ୫୮ଟି ବଲ୍‌ ଖେଳି ୯ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ଚେନ୍ନାଇ ମାତ୍ର ୧ ରନ୍‌ରେ ଫାପ୍‌ ଡୁ ପ୍ଲେସିସ୍‌, ୨ ରନ୍‌ ବେଳକୁ ମୋଇନ୍‌ ଅଲୀଙ୍କୁ ହରାଇଥିଲା। ସେହିପରି ଦଳୀୟ ସ୍କୋର ୭ ରନ୍‌ ଥିବା ବେଳେ ସୁରେଶ ରାଇନା ଏବଂ ୨୪ ରନ୍‌ରେ ଅଧିନାୟକ ମହେନ୍ଦ୍ରେ ସିଂହ ଧୋନୀ ଆଉଟ୍‌ ହୋଇ ପାଭଲିଅନ୍‌କୁ ଫେରିଥିଲେ। କିନ୍ତୁ ଯୁବ ବ୍ୟାଟ୍ସମ୍ୟାନ ଗାୟକୱାଡ ଧୈର୍ଯ୍ୟର ସହିତ କ୍ରିଜରେ ଛିଡ଼ା ହୋଇଥିଲେ।

ଚେନ୍ନାଇର ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ୍‌ ଡୁପ୍ଲେସିସ, ମୋଇନ ଅଲୀ ଓ ଅମ୍ବାତି ରାୟଡୁ ଖାତା ଖୋଲିପାରି ନ ଥିଲେ। ଅଭିଜ୍ଞ ଖେଳାଳି ସୁରେଶ ରାଇନା ମାତ୍ର ୪ ରନ୍‌ରେ ଆଉଟ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ୩ ରନ୍‌ ସଂଗ୍ରହ କରି ଅଟକି ଯାଇଥିଲେ। କିନ୍ତୁ ଦଳ ପାଇଁ ସଂକଟମୋଚକ ସାଜିଥିଲେ ରବୀନ୍ଦ୍ର ଜାଦେଜା ସେ ୩୩ଟି ବଲ୍‌ ଖେଳି ୨୬ ରନ୍‌ କରିଥିବା ବେଳେ ଡ୍ବେନ୍‌ ବ୍ରାଭୋ ୮ଟି ବଲ ଖେଳି ୨୩ ରନ୍‌ ସଂଗ୍ରହ କରିଥିଲେ।

ମୁମ୍ବାଇ ଇଣ୍ଡିଆନ୍‌ସ ଆଜି ପ୍ରାରମ୍ଭରୁ ଆକ୍ରମଣାତ୍ମକ ବୋଲିଂ କରିଥିଲା। ଦଳର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଟ୍ରେଣ୍ଟ ବୋଲ୍ଟ, ଆଦମ ମିଲନେ ଓ ଜସପ୍ରୀତ ବୁମରାଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe