ଦୁବାଇ : ଅଭ୍ୟାସ ଆରମ୍ଭ କଲା ସିଏସ୍‌କେ

ଦୁବାଇ : ଅଭ୍ୟାସ ଆରମ୍ଭ କଲା ସିଏସ୍‌କେ

Zee News

ଦୁବାଇ : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଦୁଇ ଜଣ ଖେଳାଳିଙ୍କ ସମେତ ଡଜନେରୁ ଅଧିକ ସଦସ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବାରୁ ଏହାର ଅଭ୍ୟାସ ବିଳମ୍ବ ହୋଇଥିଲା। ଶୁକ୍ରବାର ଏହି ବିଳମ୍ବର ଅନ୍ତ ଘଟିଛି। କରୋନାରେ ଆକ୍ରାନ୍ତ ଥିବା ଦୀପକ ଚହର ଓ ଋତୁରାଜ ଗାଏକ୍ବାଡଙ୍କ ବାଦ୍‌ ଧୋନୀ ବାହିନୀ ଶୁକ୍ରବାର ଅଭ୍ୟାସ ଲାଗି ପଡ଼ିଆକୁ ଓହ୍ଲାଇଛି। ଗତ ୨୧ ତାରିଖରେ ଆଇପିଏଲ୍‌ ଖେଳିବା ଲାଗି ଦଳ ୟୁଏଇରେ ପହଞ୍ଚିଥିଲା। ପହଞ୍ଚିବା ପରେ ସମସ୍ତ ସିଏସ୍‌କେ ସଦସ୍ୟଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଡଜନେରୁ ଅଧିକ ସଦସ୍ୟଙ୍କ କରୋନା ପଜେଟିଭ୍‌ ବହାରିବାରୁ ଦଳର କ୍ବାରେଣ୍ଟାଇନ୍‌ ଅବଧି ଆଉ କିଛି ଦିନ ବୃଦ୍ଧି କରାଯାଇଥିଲା। ‌ଗୁରୁବାର ଶେଷ ଥର ‌କରୋନା ଆକ୍ରାନ୍ତଙ୍କ ବାଦ୍‌ ଅନ୍ୟ ଖେଳାଳିଙ୍କ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିବାରୁ ଅଭ୍ୟାସ ପାଇଁ ଅନୁମତି ମିଳିଥିଲା। କରୋନା ଆକ୍ରାନ୍ତ ଥିବା ୧୩ ଜଣଙ୍କ ବାଦ୍‌ ଅନ୍ୟମାନଙ୍କ ତୃତୀୟ ଥର ଲାଗି କରୋନା ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ‌କରୋନା ଆକ୍ରାନ୍ତ ଥିବା ୧୩ ଜଣଙ୍କର ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଅବଧି ସରିବା ପରେ ସେମାନଙ୍କ କରୋନା ପରୀକ୍ଷା କରାଯିବ ବୋଲି ସିଏସ୍‌କେ ସିଇଓ ବିଶ୍ୱନାଥନ୍ କହିଛନ୍ତି। ଅଭ୍ୟାସ ଆରମ୍ଭ କରିଥିବାରୁ ସେପ୍ଟେମ୍ବର ୧୯ ତାରିଖ ଉଦ୍‌ଘାଟନୀ ମ୍ୟାଚ୍‌ରେ ‌ସିଏସ୍‌କେ ଖେଳିବା ପ୍ରାୟ ନିଶ୍ଚିତ ହୋଇଛି। ଫଳରେ ଆଇପିଏଲ୍ ପରିଚାଳନା ପରିଷଦ ପାଇଁ ଏହା ଖୁସି ଖବର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe