ଧୋନିଙ୍କ ପାଇଁ ପ୍ରଥମ ରିଟେନ୍‌ସନ୍‌ କାର୍ଡ ବ୍ୟବହାର କରିବ ସିଏସ୍‌କେ

Advertisment
ମୋତେ ବିଦାୟ ଦେବାକୁ ଚେଷ୍ଟା କରୁଥିବାରୁ କୋଲ୍‌କାତା ଦର୍ଶକଙ୍କୁ ଧନ୍ୟବାଦ: ଧୋନି

Rediffmail

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍‌ ନିଲାମ ବେଳେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନିଜ ପାଖରେ ରଖିବାର ସମ୍ଭାବନା ଅଧିକ ରହିଛି। ଗତ ଶୁକ୍ରବାର ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ଚତୁର୍ଥ ଥର ଲାଗି ଆଇପିଏଲ୍‌ ଟ୍ରଫି କରାୟତ୍ତ କରିଥିଲା। ଏହି ବିଜୟ ପରେ ସିଏସ୍‌କେ ପ୍ରଶଂସକମାନେ ଆଗାମୀ ଋତୁରେ ଏହି କିଂବଦନ୍ତି ଅଧିନାୟକଙ୍କୁ ସମାନ ଦଳ ସହ କ୍ରିକେଟ୍‌ ପଡ଼ିଆରେ ଦେଖିବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରଶଂସକମାନଙ୍କ ଏହି ଆଗ୍ରହକୁ ସମ୍ମାନ ଜଣାଇବା ସହ ସିଏସ୍‌କେ ପରିଚାଳନା ଅଧିକାରୀମାନେ ଏଥିରେ ସମ୍ମତି ଜଣାଇଛନ୍ତି। ନିଲାମ ବେଳେ ପ୍ରଥମ ରିଟେନ୍‌ସନ୍‌ କାର୍ଡ ଧୋନିଙ୍କ ପାଇଁ ହିଁ ବ୍ୟବହାର କରାଯିବ ବୋଲି ସିଏସ୍‌କେର ‌ଜଣେ ଅଧିକାରୀ ପ୍ରକାଶ କହିଛନ୍ତି। ‘‘ଆଗାମୀ ନିଲାମରେ ନିଶ୍ଚିତ ରିଟେନସନ୍‌ ବିକଳ୍ପ ରହିବ। ହେଲେ କେତେ‌ ଜଣଙ୍କୁ ଅନୁମିତି ମିଳିବ ତାହା ଜଣାପଡ଼ିନି। ତଥାପି ଆମେ ଆମର ପ୍ରଥମ ରିଟେନସନ୍‌ କାର୍ଡ ଧୋନିଙ୍କ ପାଇଁ ବ୍ୟବହାର କରିବୁ। ଧୋନି ହିଁ ଆସନ୍ତା ବର୍ଷ ସିଏସ୍‌କେର ନେତୃତ୍ବ ନେବେ’’ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe