ଆଜିଠୁ ସିସିଏଲ୍‌ କ୍ରିକେଟ୍‌

Advertisment
ପରାଜୟ ସହ ଓଡ଼ିଶା ଅଭିଯାନ ଶେଷ

ଭୁବନେଶ୍ୱର: ‘ବିସିସି-୮ ଦାତବ୍ୟ ଅନୁଷ୍ଠାନ’ ପକ୍ଷରୁ ଚାରିଟେବଲ୍‌ କର୍ପୋରେଟ୍‌ ଲିଗ୍‌ (ସିସିଏଲ୍‌) କ୍ରିକେଟ୍‌ ପ୍ରତିଯୋଗିତା ଶନିବାରଠୁ ୟୁନିଟ୍‌-୮ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଖେଳାଯିବ। ୩ ଦିନ ଧରି ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ କମ୍ପାନି, ବ୍ୟାଙ୍କ୍‌ ଏବଂ ସରକାରୀ ସଂସ୍ଥାର କର୍ମଚାରୀମାନେ ଭାଗ ନେବେ। ମ୍ୟାଚ୍‌ ଗୁଡ଼ିକ ଦିବାରାତ୍ର ଭିତ୍ତିରେ ଖେଳାଯିବାକୁ ଥିଲା ବେଳେ ମୋଟ ଉପରେ ୧୬ ଦଳ ଅଂଶଗ୍ରହଣ କରିବେ। ଏଥିରୁ ହେବାକୁଥିବା ଆୟରୁ ୧୫ ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁୁ ପାଠ୍ୟଉପକରଣ ସାଙ୍ଗକୁ ବିଦ୍ୟାଳୟ ପୋଷାକ ପ୍ରଦାନ କରାଯିବ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି। ୟୁନିଟ୍‌-୮ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦୀପିକା ରାୟ ଏବଂ ଗାର୍ଗସନ୍‌ ଗ୍ରୁପ୍‌ର ଉପ ସଭାପତି ରଂଜନ ମହାପାତ୍ର ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe