ସିଏସଏମ ଟେକ୍ନୋଲୋଜିସ ପକ୍ଷରୁ ‘ସିଏସଏମ ପ୍ରିମିୟର ଲିଗ୍' ଆରମ୍ଭ 

Advertisment
ସିଏସଏମ ଟେକ୍ନୋଲୋଜିସ ପକ୍ଷରୁ ‘ସିଏସଏମ ପ୍ରିମିୟର ଲିଗ୍' ଆରମ୍ଭ 

ଭୁବନେଶ୍ବର  : ଆଇଟି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା  ସିଏସଏମ ଟେକ୍ନୋଲୋଜିସ ପକ୍ଷରୁ ‘ସିଏସଏମ ପ୍ରିମିୟର ଲିଗ୍' ଆରମ୍ଭ ହୋଇଛି। ଲୋକପ୍ରିୟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଢାଞ୍ଚାରେ ଏହା ଖେଳାଯିବ।

ଶୁକ୍ରବାର ଠାରୁ ‘ସିଏସଏମ ପ୍ରିମିୟର ଲିଗ୍ ଆରମ୍ଭ ହୋଇ ଜୁନ ୩ ତାରିଖରେ ଶେଷ ହେବ। ଏଥିରେ ଅଂଶ ଗ୍ରହଣ କରୁଥିବା ସିଏସଏମର ୧୨ ଟି ଟିମ୍ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ। ଲିଗର ଉଦଘାଟନୀ ଦିବସର ୩ଟି ମ୍ୟାଚ ଡେକାନ୍ ଗ୍ଲାଡିଏଟର୍ସ ଏବଂ ଆନାଲିଟିକ୍ସ ଆଥଲେଟ୍ସ, ବ୍ଲାକ୍ କୋବ୍ରା ଏବଂ ଡିବି ୱିଙ୍ଗସ, ରାଇଜିଙ୍ଗ ଷ୍ଟାର୍ସ ଏବଂ ସୋଲ୍ ସ୍ପାର୍ଟାନ୍ସ ମଧ୍ୟରେ ଖେଳାଯିବ। ପରେ ସ୍ପାର୍ଟାନ୍ସ ଇଲେଭେନ, ଚ୍ୟାଲେଞ୍ଜର୍ସ ଓଟିଟି, ୱିକିଡ ହଣ୍ଟର୍ସ, ବ୍ଲାକ୍ ଡାଇମଣ୍ଡ, ରାଇଜିଂ ଷ୍ଟାର୍ସ ଏବଂ ଏକ୍ସକାଲିବର୍ଷ ପରି ଦଳ ପରସ୍ପରକୁ ଭେଟିବେ।ପ୍ରତିଯୋଗୀତାରେ ଉତ୍ତମ ପ୍ରଦର୍ଶନ କରିଥିବା ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ ଏବଂ ଶ୍ରେଷ୍ଠ ଦଳଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଉଦଯାପନୀ ଉତ୍ସବରେ ବିଜୟୀ ଦଳଗୁଡିକୁ ପୁରସ୍କୃତ କରାଯିବ।

ଏହି ଲିଗର ସମସ୍ତ ମ୍ୟାଚ ଭୁବନେଶ୍ବର ଇନ୍ଫୋସିଟିସ୍ଥିତ ସିଏସଏମ ଟେକ୍ନୋଲୋଜି କ୍ୟାମ୍ପସରେ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe