ଆଇପିଏଲ୍‌କୁ ଫେରିବେନି କମିନ୍ସ

Advertisment
ଆଇପିଏଲ୍‌କୁ ଫେରିବେନି କମିନ୍ସ

image credit : @ipl

ସିଡନି: ଆଇପିଏଲ୍‌-୧୪ର ଦ୍ବିତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ୟୁଏଇରେ ହେବାକୁ ନିଷ୍ପତ୍ତି ହୋଇସାରିଛି। କୋଲକାତା ନାଇଟ୍ ରାଇଡର୍ସର ପ୍ରମୁଖ ବୋଲିଂ ଅସ୍ତ୍ର ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ କିନ୍ତୁ ଅବିଶିଷ୍ଟ ଭାଗକୁ ଫେରିବା ସମ୍ଭାବନା କମ୍‌। ୟୁଏଇ ଗସ୍ତ କରି ଆଇପିଏଲ୍‌ର ଅବଶିଷ୍ଟ ଭାଗରେ ଅଂଶଗ୍ରହଣ କରିବି ନାହିଁ ବୋଲି କମିନ୍ସ କହିଛନ୍ତି, କିନ୍ତୁ କିଛି କାରଣ ଦର୍ଶାଇନାହାନ୍ତି। କମିନ୍ସଙ୍କୁ କେକେଆର୍‌ ବହୁ କୋଟିରେ କିଣିଥିଲେ ମଧ୍ୟ ସେ କୌଣସି କାରଣ ନଦର୍ଶାଇ ଅମଙ୍ଗ ହେବା ଫ୍ରାଞ୍ଚାଇଜ୍‌କୁ ଆଶ୍ଚର୍ଯ୍ୟ କରିଛି।

ପାରିବାରିକ କାରଣରୁ ‌ଡେଭିଡ୍‌ ୱାର୍ଣ୍ଣର ଏବଂ ପ୍ୟାଟ୍ କମିନ୍ସ କେଉଁଠି ଅଷ୍ଟ୍ରେଲିଆର ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବି ଓହରିଯିବେ ବୋଲି ସୂଚନା ମିଳିଛି। କମିନ୍ସଙ୍କ ଭଳି ଆଇପିଏଲ୍ ସହ ସମ୍ପୃକ୍ତ ଏକାଧିକ ଇଂଲଣ୍ଡ ଖେଳାଳି ମଧ୍ୟ ଆଇପିଏଲ୍‌ର ଅବଶିଷ୍ଟ ଭାଗରେ ଖେଳି ନପାରିବା ଏକ ପ୍ରକାର ନିଶ୍ଚିତ ରହିଛି। କାରଣ ଇଂଲଣ୍ଡର ଜାତୀୟ ଦାୟିତ୍ବ ଅଧିକ ରହିଛି। ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍‌ ବୋର୍ଡ କ୍ରିକେଟ୍ ନିର୍ଦେଶକ ଆସଲେ ଜାଇଲ୍ସ ମଧ୍ୟ ଆଇପିଏଲ୍‌ ପାଇଁ ଇଂଲଣ୍ଡ ଯୋଜନାରେ ପରିବର୍ତନ ହେବ ନାହିଁ ବୋଲି ସ୍ପଷ୍ଟ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe