କଟକରେ ଜାତୀୟ ଟେବୁଲ୍‌ ଟେନିସ୍‌ ୪ରୁ: ୧୦ରୁ ଅଧିକ ଆନ୍ତର୍ଜାତିକ ଖେଳାଳି ସହ ଭାଗ ନେବେ ୫୫୦

Advertisment
କଟକରେ ଜାତୀୟ ଟେବୁଲ୍‌ ଟେନିସ୍‌ ୪ରୁ: ୧୦ରୁ ଅଧିକ ଆନ୍ତର୍ଜାତିକ ଖେଳାଳି ସହ ଭାଗ ନେବେ ୫୫୦

କଟକ: ଓଡ଼ିଶା ଟେବୁଲ୍‌ ଟେନିସ୍‌ ସ˚ଘ ଆନୁକୂଲ୍ୟରେ କଟକ ଜବାହାରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ଆସନ୍ତା ଜାନୁଆରି ୪ରୁ ୯ ତାରିଖ ପର୍ଯ୍ୟନ୍ତ ୮୦ତମ ଜାତୀୟ ବରିଷ୍ଠ ଓ ଅନ୍ତଃରାଜ୍ୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ୩୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟାନ୍ୟ ପ୍ରତିଷ୍ଠାନରୁ ପାଖାପାଖି ୫୫୦ ପୁରୁଷ ଓ ମହିଳା ଖେଳାଳି ଯୋଗଦେଉଛନ୍ତି। ଏଥିରେ ହେବାକୁଥିବା ଅନ୍ତଃରାଜ୍ୟ ପ୍ରତିଯୋଗିତାକୁ ଦଳଗତ ଭିତ୍ତିରେ ଖେଳାଯିବ। ୪ରୁ ୬ ତାରିଖ ପର୍ଯ୍ୟନ୍ତ ଦଳଗତ ପ୍ରତିଯୋଗିତା ପରେ ଏକକ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ୪ ତାରିଖ ସକାଳ ୧୦ଟାରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରହିଛି। ‘ଓଲି’କୁ ଏହି ପ୍ରତିଯୋଗିତାର ମାସ୍କଟ୍‌ ଭାବେ ରଖାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ˚ଘ ସଭାପତି ତଥା ଅତିରିକ୍ତ ଶାସନ ସଚିବ ଏଲ୍‌ଏନ୍‌ ଗୁପ୍ତା, କ୍ରୀଡ଼ା ନିର୍ଦେଶକ ଭିନୀଲ କ୍ରୀଷ୍ଣା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସ˚ଜୟ ସି˚ହ, ରାଜ୍ୟ ଟେବୁଲ ଟେନିସ ସ˚ଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, କୋଷାଧ୍ୟକ୍ଷ ନିହାର ମିଶ୍ର, ଉପ ସଭାପତି ଚିତ୍ତଜର˚ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

୧୮ ବର୍ଷ ପରେ
ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଓଡ଼ିଶାରେ ଦ୍ବିତୀୟ ଥର ପାଇଁ ଆୟାଜନ ହେବାକୁ ଯାଉଛି। ଏଥିପୂର୍ବରୁ ୨୦୦୧ ମସିହାରେ ଏଠାରେ ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏବେ ୧୮ ବର୍ଷର ବ୍ୟବଧାନରେ ପୁଣି ଥରେ ଜାତୀୟ ବରିଷ୍ଠ ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ଏଠାରୁ ଖେଳାଳିମାନେ ଯେପରି ଭଲ ସ୍ମୃତି ନେଇ ଫେରିବେ ସେ ଦିଗରେ ରାଜ୍ୟ ସ˚ଘ ସହ ରାଜ୍ୟ ସରକାର ମଧ୍ୟ ଚେଷ୍ଟା କରିବେ ବୋଲି ଶ୍ରୀ ଗୁପ୍ତା କହିଛନ୍ତି। ସହରର ସ˚ସ୍କୃତି, ପରମ୍ପରା, ଓଡ଼ିଶାର କଳା, ଐତିହ୍ୟକୁ ଏଠାରେ ପ୍ରଚାର ପ୍ରସାର କରାଯିବା ଉପରେ ସେ ଜୋର‌୍‌ ଦେଇଛନ୍ତି। ପ୍ରତିଯୋଗିତା ପାଇଁ ପ୍ରାଥମିକ ଭାବେ ପ୍ରାୟ ୧.୨୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟ ସରକାର ଏବ˚ ଅନ୍ୟାନ୍ୟ ଘରୋଇ ପ୍ରତିଷ୍ଠାନଠୁ ସହାୟତା ଲୋଡ଼ାଯାଇଥିବା କୁହାଯାଇଛି।

ତାରକାଙ୍କ ମେଳି
ଜାତୀୟ ବରିଷ୍ଠ ପ୍ରତିଯୋଗିତାରେ ୧୦ରୁ ଅଧିକ ଆନ୍ତର୍ଜାତିକ ଖେଳାଳି ଯୋଗଦେବାକୁ ଯାଉଛନ୍ତି। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତକୁ ଗର୍ବିତ କରିଥିବା ଏଭଳି କିଛି ଖେଳାଳି କଟକକୁ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ଦେଇଥିବା ମନିକା ବାତ୍ର, ଅର୍ଜୁନ ପୁରସ୍କାର ବିଜେତା ତଥା ଅଲମ୍ପିଆନ୍‌ ମୌମା ଦାସ, ଭାରତର ଶୀର୍ଷ ମାନ୍ୟତା ଖେଳାଳି ସୁତୀର୍ଥ ମୁଖାର୍ଜୀଙ୍କ ସହ ମଧୁରିକା ପଟକର, ଦିବ୍ୟ ଦେଶପାଣ୍ତେ, ଅଲମ୍ପିଆନ୍‌ ଅଙ୍କିତା ଦାସ, ପୂଜା ସହସ୍ରବୁଦ୍ଧେ ପ୍ରମୁଖ ଶ୍ରେଷ୍ଠ ୧୦ ମାନ୍ୟତା ପାଇଥିବା ଖେଳାଳିମାନେ ଏଥିରେ ଅ˚ଶଗ୍ରହଣ କରିବେ। ସେହିପରି ପରୁରୁଷଙ୍କ ମଧ୍ୟରେ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ବର୍ଣ୍ଣ ପଦକ ବିଜେତା ଅଚନ୍ତ ଶରତ କମଲ, ଜି ସାଥିଆନ୍‌, ହର‌୍‌ମିତ୍‌ ଦେସାଇ, ଆନ୍ଥୋନୀ ଅମଲରାଜ, ସାନିଲ ସେଟ୍ଟୀ, ମାନବ ଠାକ୍କର ପ୍ରମୁଖ ଏଥିରେ ଅ˚ଶଗ୍ରହଣ କରୁଛନ୍ତି। ଭାଗନେଉଥିବା ସମସ୍ତ ଖେଳାଳିଙ୍କ ପାଇଁ କଟକର ବିଭିନ୍ନ ହୋଟେଲ୍‌ରେ ପ୍ରାୟ ୨୫୦ କୋଠରୀ ସଂରକ୍ଷଣ ହୋଇଥିବା ସୂଚନା ଦିଆଯାଇଛି।

ପ୍ରତି ଜିଲ୍ଲାକୁ ଟେବୁଲ୍‌ ଯିବ
ଏହି ଖେଳର ଅଧିକ ପ୍ରଚାର ପ୍ରସାର ପାଇଁ ବର୍ତ୍ତମାନ ରାଜ୍ୟର ସବୁ ପ୍ରାନ୍ତକୁ ଟେବୁଲ ପହଞ୍ଚିବା ଆବଶ୍ୟକତା ରହିଛି। ପ୍ରଥମିକ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରୁ ପ୍ରଶିକ୍ଷଣ କେନ୍ଦ୍ର ଚିହ୍ନଟ କରାଯାଇ ସେମାନଙ୍କୁ ଟେବୁଲ୍‌ ଯୋଗାଇ ଦିଆଯିବାର ଯୋଜନା ରହିଛି। ଯଦି ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୁଏ, ପରବର୍ତ୍ତୀ ସମୟରେ ପ୍ରତି ବ୍ଲକ୍‌କୁ ଟେବୁଲ ଯୋଗାଇ ଦେବାକୁ ଚିନ୍ତା କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ରାଜ୍ୟ ସ˚ଘ ତାହାର ବାର୍ଷିକ କ୍ୟାଲେଣ୍ତରରେ ଏସବୁ ଯୋଜନାକୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି।

ଓଡ଼ିଶା ଦଳର ପ୍ରସ୍ତୁତି ଜୋର‌୍‌ଦାର
ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଅ˚ଶଗ୍ରହଣ କରିବାକୁ ଯାଉଛି। ପୁରୁଷ ଦଳଗତ ବିଭାଗରେ ୫ ଓ ଏକକ ବିଭାଗରେ ୪ ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି। ସେହିପରି ମହିଳା ଦଳଗତ ପାଇଁ ୫ ଜଣଙ୍କୁ ମନୋନୀତ କରାଯାଇଥିଲା ବେଳେ ଏକକ ପାଇଁ ଚୟନ ଚୂଡ଼ାନ୍ତ ହୋଇନାହିଁ। ସମସ୍ତ ଖେଳାଳିମାନଙ୍କୁ ନେଇ ସଚିନ୍‌ ତେନ୍ଦୁଲକର ଇଣ୍ତୋର ହଲ୍‌ରେ ଅଭ୍ୟାସ ଶିବିର ଚାଲିଛି। ଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ରାଜ୍‌ ସୁବ୍ରମଣ୍ୟମ୍‌ ଏହି ଖେଳାଳିମାନଙ୍କୁ ପ୍ରସ୍ତୁତ କରୁଥିଲା ବେଳେ ଓଡ଼ିଶା ଭଲ ପ୍ରଦର୍ଶନ କରିବ ବୋଲି ରବୀନ୍ଦ୍ର ପରିଡ଼ା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe