କଟକ କ୍ରୀଡ଼ା ଛାତ୍ରାବାସ ବିଜେତା, ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌

Advertisment
କଟକ କ୍ରୀଡ଼ା ଛାତ୍ରାବାସ ବିଜେତା, ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌

ଭୁବନେଶ୍ବର: କଟକ କ୍ରୀଡ଼ା ଛାତ୍ରାବାସ ଚତୁର୍ଥ ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ଭୁବନେଶ୍ବର ସିଟି କ୍ଲବ୍‌ ଓ ନୟାପଲ୍ଲୀ ଏସ୍‌ଜିଓ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ କଟକ ଦଳ ୪-୩ ଟାଇବ୍ରେକର ଗୋଲ୍‌ରେ ଭୁବନେଶ୍ବରର କିଶୋର କ୍ଲବ୍‌କୁ ପରାସ୍ତ କରିଛି। ନିର୍ଧାରିତ ସମୟ ଗୋଲ୍‌ ଶୂନ୍ୟଭାବେ ଶେଷ ହେବାରୁ ଫଳାଫଳ ଲାଗି ଟାଇବ୍ରେକର୍‌ର ସହାୟତା ନିଆଯାଇଥିଲା। କିଶୋର କ୍ଲବ୍‌ର ଆନନ୍ଦ ଲାକ୍ରା ଫାଇନାଲ୍‌ର ଏବଂ ସୁଶୀଲ ବାର୍ଲା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହୋଇଥିଲା ବେଳେ କ୍ରୀଡ଼‌ା ଛାତ୍ରାବାସର ଫଗୁ ବା‌ସ୍କେଙ୍କୁ ଶ୍ରେଷ୍ଠ ଗୋଲ୍‌ ରକ୍ଷକ ପୁରସ୍କାର ମିଳିଥିଲା। ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଯଥାକ୍ର‌ମେ ୧୫ ହଜାର ଓ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଜଗନ୍ନାଥ ପ୍ରଧାନ, ନବରଂଜନ ପଟ୍ଟନାୟକ, ସୌର୍ଯ୍ୟରଂଜନ ପରିଜା, ଅଶୋକ ମହାନ୍ତି, ଶ୍ରଦ୍ଧା‌ଞ୍ଜଳି ସାମନ୍ତରାୟ, ସହଦେବ ରାଉତ, ମିଲନ ପାଇକରାୟ, ନବକିଶୋର ବେହେରା, କ୍ଲବ୍‌ ସଭାପତି ଭାଗ୍ୟଧର ଜଗଦେବ, ତିଳତମା ଜଗଦେବ, ତ୍ରିନାଥ ମଙ୍ଗରାଜ ଏବଂ ସିଟି କ୍ଲବ୍‌ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବଣ୍ଟନ କରିଥିଲେ। ମ୍ୟାଚ୍‌କୁ ସୁଜିତ କୁମାର ପାତ୍ର ପରିଚାଳନା କରିଥିଲା ବେଳେ ତାଙ୍କୁ ଲାଇନ୍‌ରେ ଶିବ ପ୍ରସାଦ ଦାସ, ଟି ମୋହନ ରାଓ ସହାୟତା କରିଥିଲେ। ଦୁର୍ଗା ଆଚାର୍ଯ୍ୟ ଚତୁର୍ଥ ରେଫରି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe