କଟକ କ୍ରୀଡ଼ା ଛାତ୍ରାବାସ ଫାଇନାଲରେ

Advertisment

କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍‌ବଲ

କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍‌ବଲ

କଟକ କ୍ରୀଡ଼ା ଛାତ୍ରାବାସ ଫାଇନାଲରେ

ଆନନ୍ଦପୁର: ଆନନ୍ଦପୁର ଷ୍ଟାଡ଼ିୟମଠାରେ ଚାଲିଥିବା ପ୍ରଥମ କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍‌ବଲ ପ୍ରତିଯୋଗିତାର ଫାଇନାଲ୍‌ରେ କଟକ କ୍ରୀଡ଼ା ଛାତ୍ରାବାସ ଦଳ ପହଞ୍ଚିଯାଇଛି। ଶୁକ୍ରବାର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଛାତ୍ରାବାସ ଦଳ ୬-୫ ଗୋଲ୍‌ରେ ଓଡ଼ିଶା ପୁଲିସ୍‌ ଦଳକୁ ପରାସ୍ତ କରିଦେଇଛି। ପ୍ରଥମାର୍ଧରେ ପୁଲିସ୍‌ ଦଳ ଗୋଟିଏ ଗୋଲ୍‌ ଦେଇଥିବା ବେଳେ ଦ୍ଵିତୀୟାର୍ଧରେ ଛାତ୍ରାବାସ ଦଳ ଏହାକୁ ଶୁଝି ଦେଇ ସ୍ଥିତି ସମାନ କରିଥିଲା। ପରେ ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିବାରୁ ଟାଇବ୍ରେକରରେ ହିଁ ଛାତ୍ରାବାସ ଦଳ ବିଜୟୀ ହୋଇଥିଲା। ସୁଜିତ୍‌ କୁମାର ପାତ୍ର ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ପାଲ, ଉତ୍କଳମଣି ବେହେରା, ସୁଦୀପ କୁମାର ପାତ୍ର ତାଙ୍କୁ ସହଯୋଗ କରିଥିଲେ। ସ୍ୱର୍ଗତ କୁଶରଂଜନଙ୍କ ବଡ଼ଭାଇ ଶିଳ୍ପପତି ମହୀରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe