ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮: ବ୍ୟାଡ୍‌ମିଣ୍ଟନ୍‌ରେ ସ୍ୱର୍ଣ୍ଣ ପଦକ ଜିଣିଲେ ସାଇନା ନେହେଓ୍ଵାଲ୍‌

Advertisment
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮: ବ୍ୟାଡ୍‌ମିଣ୍ଟନ୍‌ରେ ସ୍ୱର୍ଣ୍ଣ ପଦକ ଜିଣିଲେ ସାଇନା ନେହେଓ୍ଵାଲ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲ୍‌ଡ୍‌ କୋଷ୍ଟ୍‍ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଦିନ ସାନିଆ ନେହଓ୍ଵାଲ୍‌ ସ୍ୱର୍ଣ୍ଣପଦକ ଜିଣିଛନ୍ତି। ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଦ୍ୱିତୀୟ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ। ମହିଳା ସିଙ୍ଗ୍‌ଲ୍‌ସ୍‌ ଫାଇନାଲ୍‌ରେ ସେ ବିଶ୍ୱର ତୃତୀୟ ମାନ୍ୟତାପ୍ରାପ୍ତ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁଙ୍କୁ ୨୧-୧୮, ୨୩-୨୧ ପରାସ୍ତ କରିଛନ୍ତି।

publive-image

ସାନିଆ ସ୍ୱର୍ଣ୍ଣ ଏବଂ ସିନ୍ଧୁ ରୌପ୍ୟ ପଦକ ହାସଲ କରି ବ୍ୟାଡ୍‌ମିଣ୍ଟନ୍‌ରେ ଭାରତର ପଦକ ୫କୁ ବୃଦ୍ଧି କରିଛନ୍ତି। ଏହାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏ ବର୍ଷର ପଦକ ସଂଖ୍ୟା ହେଲା ୬୨।

ବିଶ୍ୱର ଦ୍ୱାଦଶ କ୍ରୀଡ଼ିକା ମାନ୍ୟତାପ୍ରାପ୍ତ ସାନିଆ ଏହି ବିଜୟ ଦ୍ୱାରା ସିନ୍ଧୁଙ୍କ ରେକର୍ଡ ୪-୧ ସହ ସମକକ୍ଷ ହୋଇ ପାରିଛନ୍ତି। ୨୮ ବର୍ଷୀୟ ସାନିଆ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏକା ପ୍ରକାରର ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାନିଆ ସମୁଦାୟ ପାଞ୍ଚଟି ପଦକ ଜିଣିଛନ୍ତି। ୨୦୧୦ରେ ଗୋଟିଏ ବ୍ୟକ୍ତିଗତ ସ୍ୱର୍ଣ୍ଣ ଏବଂ ମିଳିତ ଦଳ ରୌପ୍ୟ। ୨୦୦୬ରେ ଏକ ମିଳିତ ଦଳ ରୌପ୍ୟ ଏବଂ ୨୦୧୮ରେ ଗୋଟିଏ ସ୍ୱର୍ଣ୍ଣ ପଦକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe