india today
ବର୍ମିଂହାମ: ଏଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ନିଜ ସଫଳତା ଜାରି ରଖିଛି। ଶନିବାର ଦ୍ବିତୀୟ ଦିନ ସୁଦ୍ଧା ଭାରତ ତା’ର ଚତୁର୍ଥ ପଦକ ହାସଲ କରିଛି। ଭାରତର ଭାରୋତ୍ତୋଳିକା ବିନ୍ଦ୍ୟାରାଣୀ ଦେବୀ ୫୫ କେଜି ମହିଳା କେଟେଗୋରୀରେ ରୌପ୍ୟ ପଦକ ପାଇଛନ୍ତି। ପ୍ରଥମେ ସେ ୮୧ କେଜି ଉଠାଇଥିଲେ ପରେ ଦ୍ବିତୀୟ ପର୍ଯ୍ୟାୟରେ ୮୪ କେଜି ଓ ତୃତୀୟ ପର୍ଯ୍ୟାୟରେ ୮୬ କେଜି ଉଠାଇଥିଲେ।
ସେହିପରି କ୍ଲିନ ଏବଂ ଜେର୍କ ରାଉଣ୍ଡରେ ପ୍ରଥମ ପର୍ଯ୍ୟାୟରେ ୧୧୦ କେଜି ଉଠାଇଥିବା ବେଳେ ଦ୍ବତୀୟ ପର୍ଯ୍ୟାୟରେ ୧୧୪ କେଜି ଉଠାଇବାରେ ବିଫଳ ହୋଇଥିଲେ। କିନ୍ତୁ ତୃତୀୟ ପର୍ଯ୍ୟାୟରେ ଇଂଲଣ୍ଡର ଫ୍ରେର ମୋରଙ୍କ ସହିତ ପ୍ରତିଯୋଗିତା କରିବାକୁ ଯାଇ ୧୧୬ କେଜି ଉଠାଇବାରେ ସଫଳ ହୋଇଥିଲେ। ନାଇଜେରିଆର ଆଡିଜାଟ ଓଲାରିନୋଏ ମୋଟ ୨୦୩ କେଜି ଉଠାଇ ସ୍ବର୍ଣ୍ଣପଦକ ପାଇଥିବାବେଳେ ବିନ୍ଦ୍ୟାରାଣୀ ସ୍ନାଚ, କ୍ଲିନ ଏବଂ ଜର୍କରୁ ୨୦୨ କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି।
Follow Us