ବାରବାଟୀ ଦିନିକିଆ ପ୍ରସ୍ତୁତି: କ୍ରୀଡ଼ାମନ୍ତ୍ରୀଙ୍କ ସହ ଓସିଏ ସଂପାଦକଙ୍କ ଆଲୋଚନା

Advertisment

ଫେବ୍ରୁଆରି ୯ରେ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଯାଉଥିବା ଭାରତ-ଇଲଂଣ୍ଡ ମଧ୍ୟରେ ଦ୍ବିତୀୟ ଏକଦିବସୀୟ ମ୍ୟାଚ୍‌ ପ୍ରସଙ୍ଗରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟିଛନ୍ତି ଓଡ଼ିଶା...

ଫେବ୍ରୁଆରି ୯ରେ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଯାଉଥିବା ଭାରତ-ଇଲଂଣ୍ଡ ମଧ୍ୟରେ ଦ୍ବିତୀୟ ଏକଦିବସୀୟ ମ୍ୟାଚ୍‌ ପ୍ରସଙ୍ଗରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟିଛନ୍ତି ଓଡ଼ିଶା...

sfsfccs

କଟକ: ଫେବ୍ରୁଆରି ୯ରେ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଯାଉଥିବା ଭାରତ-ଇଲଂଣ୍ଡ ମଧ୍ୟରେ ଦ୍ବିତୀୟ ଏକଦିବସୀୟ ମ୍ୟାଚ୍‌ ପ୍ରସଙ୍ଗରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟିଛନ୍ତି ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ସଂପାଦକ ସଞ୍ଜୟ ବେହେରା। ଏହି ସମୟରେ ଓସିଏ ସଂପାଦକ ଶ୍ରୀ‌ ବେହେରା, ଆସନ୍ତା ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ବିଷୟରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀଙ୍କୁ କହିବା ସହ ଆସନ୍ତା ମ୍ୟାଚ୍‌କୁ ସଫଳ, ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସହାୟତା ଲୋଡ଼ିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ, ସହଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ, ଓସିଏ ସଂପାଦକ ଶ୍ରୀ ବେହେରାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଫେବ୍ରୁଆରି ୯ତ‌ାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍‌ ପାଇଁ ଗ୍ୟାଲେରୀ ଟିକେଟ୍ କିଣିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଗୋଟିଏ ‌ଗ୍ୟାଲେରୀ ଟିକେଟ୍ କିଣିଥିବା ବେଳେ ଓଡ଼ିଶା କ୍ରିକେଟ୍ ସଂଘ(ଓସିଏ) ସଂପାଦକ ସଞ୍ଜୟ ବେହେରା ଏବଂ ଓସିଏ ଆପେକ୍ସ କାଉନସିଲ୍‌ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe