ଦଲିପ ଟ୍ରଫି: ଈଶାନଙ୍କ ଶତକୀୟ ପ୍ରତ୍ୟାବର୍ତ୍ତନ

Advertisment

ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ଟ୍ରଷ୍ଟ ଷ୍ଟାଡିୟମ୍‌ ‘ବି’ରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ‘ସି’କୁ ପ୍ରତିନିଧିତ୍ବ କରୁଥିବା ଈଶାନ ଭାରତ ‘ବି’ ବିପକ୍ଷରେ ପ୍ରଥମ ଦିନରେ ୧୧୧ ରନ୍‌ କରିଛନ୍ତି। ଈଶାନଙ୍କ ଏହା ହେଉଛି ସପ୍ତମ ପ୍ରଥମ ଶ୍ରେଣୀ ଶତକ।

ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ଟ୍ରଷ୍ଟ ଷ୍ଟାଡିୟମ୍‌ ‘ବି’ରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ‘ସି’କୁ ପ୍ରତିନିଧିତ୍ବ କରୁଥିବା ଈଶାନ ଭାରତ ‘ବି’ ବିପକ୍ଷରେ ପ୍ରଥମ ଦିନରେ ୧୧୧ ରନ୍‌ କରିଛନ୍ତି। ଈଶାନଙ୍କ ଏହା ହେଉଛି ସପ୍ତମ ପ୍ରଥମ ଶ୍ରେଣୀ ଶତକ।

dilip trophy

News24

ଅନନ୍ତପୁର(ଆନ୍ଧ୍ରପ୍ରଦେଶ): ଦଲିପ ଟ୍ରଫିରେ ଶତକ ଅର୍ଜନ କରି ଲାଲ୍‌ ବଲ୍‌ କ୍ରିକେଟ୍‌କୁ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାମହାତୀ ବ୍ୟାଟର୍‌ ଈଶାନ କିଶନ। ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ଟ୍ରଷ୍ଟ ଷ୍ଟାଡିୟମ୍‌ ‘ବି’ରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ‘ସି’କୁ ପ୍ରତିନିଧିତ୍ବ କରୁଥିବା ଈଶାନ ଭାରତ ‘ବି’ ବିପକ୍ଷରେ ପ୍ରଥମ ଦିନରେ ୧୧୧ ରନ୍‌ କରିଛନ୍ତି। ଈଶାନଙ୍କ ଏହା ହେଉଛି ସପ୍ତମ ପ୍ରଥମ ଶ୍ରେଣୀ ଶତକ। ୨୦୨୩ ଜୁଲାଇରେ ୱେଷ୍ଟଇଣ୍ଡିଜ୍‌ରେ ଟେଷ୍ଟ୍‌ ପଦାର୍ପଣ କରିବା ପରେ ଈଶାନଙ୍କ ପାଇଁ ଏହା ହେଉଛି ଦ୍ବିତୀୟ ଔପଚାରିକ ଲାଲ୍‌ବଲ୍‌ କ୍ରିକେଟ୍‌ ମ୍ୟାଚ୍‌।

ଏଥିପୂର୍ବରୁ ବୁଚିବାବୁ ଆମନ୍ତ୍ରଣୀୟ କ୍ରିକେଟ୍‌ରେ ସେ ଝାଡ଼ଖଣ୍ଡର ନେତୃତ୍ବ ନେଇଥିଲା ବେଳେ ଗୋଟିଏ ଶତକ ଅର୍ଜନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଦଲିପ ଟ୍ରଫି ପାଇଁ ଘୋଷଣା ହୋଇଥିବା ଦଳରେ ଈଶାନ ସ୍ଥାନ ପାଇ ନଥିଲେ। କିନ୍ତୁ ମ୍ୟାଚ୍‌ ପୂର୍ବରୁ ଶେଷ ମୁହୂର୍ତ୍ତରେ ତାଙ୍କୁ ‘ସି’ ଦଳରେ ସାମିଲ କରାଯାଇଥିଲା। ଯଦିଓ ପ୍ରଥମ ପର୍ଯ୍ୟାୟ ପୂର୍ବରୁ ତାଙ୍କୁ ଭାରତ ‘ଡି’ ଦଳରେ ସ୍ଥାନ ଦିଆଯାଇଥିଲା। ହେଲେ ଜଙ୍ଘରେ ଆଘାତ ଲାଗିବାରୁ ସେ ଏହି ପର୍ଯ୍ୟାୟରେ ଖେଳିପାରି ନଥିଲେ। ତେବେ ଗୁରୁବାର ଦିନ ତମାମ୍‌ ସେ ଆଧିପତ୍ୟ ବିସ୍ତାର କରିବା ସହିତ ବାବା ଇନ୍ଦ୍ରଜିତ୍‌ଙ୍କ ସହ ତୃତୀୟ ୱିକେଟ୍‌ରେ ୧୮୯ ରନ୍‌ ଭାଗୀଦାରି ଗଢ଼ି ଷ୍ଟମ୍ପ୍ସ ସୁଦ୍ଧା ଦଳକୁ ୩୫୭/୫ ରେ ପହଞ୍ଚାଇଥିଲେ। ଇନ୍ଦ୍ରଜିତ ତୃତୀୟ ପାଳି ଭିତରେ ଦ୍ବିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ୭୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଈଶାନ ତାଙ୍କ ପାଳିରେ ୧୨୬ ବଲ୍‌ ଖେଳିଥିଲା ବେଳେ ୧୪ ଚୌକା ଓ ୩ ଛକା ମାରିଥିଲେ। ଷ୍ଟମ୍ପ୍ସ ବେଳକୁ ଅଧିନାୟକ ଋତୁରାଜ ଗାଏକ୍ବାଡ ୪୬* ଓ ମାନବ ସୂତାର ୮* ରନ୍‌ରେ ଅପରାଜିତ ଅଛନ୍ତି। ସାଇ ସୁଦର୍ଶନ ୪୩, ରଜତ ପଟିଦାର ୪୦, ଅଭିଷେକ ପୋରେଲ୍‌ ୧୨ ରନ୍‌‌ ସଂଗ୍ରହ କରି ଆଉଟ୍‌ ହୋଇଛନ୍ତି। ‘ବି’ ପାଇଁ ମୁକେଶ କୁମାର ୩, ନବଦୀପ ସୈନୀ ଓ ରାହୁଲ ଚହର ୧ ୱିକେଟ୍‌ ଲେଖାଏଁ ନେଇଛନ୍ତି।

ସେହିଭଳି ଗ୍ରାମ୍ୟ ଉନ୍ନୟନ ଷ୍ଟାଡିୟମ୍‌ ‘ଏ’ରେ ଆରମ୍ଭ ହୋଇଥିବା ମୁକାବିଲାରେ ଭାରତ ‘ଡି’ ବିପକ୍ଷରେ ଭାରତ ‘ଏ’ ପ୍ରଥମ ଦିନ ଷ୍ଟମ୍ପ୍ସ ସୁଦ୍ଧା ୮ ୱିକେଟ୍‌ ବିନିମୟରେ ୨୮୮ ରନ୍ ସଂଗ୍ରହ କରିଛି। ଟସ୍‌ ହାରି ବ୍ୟାଟିଂ କରିଥିବା ‘ଡି’ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୯୩ ରନ୍‌ ଭିତରେ ଦଳ ଅଧା ଖେଳାଳିଙ୍କୁ ହରାଇଥିଲା। ମଧ୍ୟକ୍ରମରେ ସାମ୍‌ସ ମୁଲାନି ଓ ତନୁଷ କୋଟିଆନ୍‌ ୯୧ ରନ୍‌ର ଭାଗୀଦାରି ଗଢ଼ି ପାଳିକୁ ସମ୍ଭାଳିଥିଲେ। ତନୁଷ ୫୩ ରନ୍‌ରେ ଆଉଟ୍‌ ହୋଇଥିଲେ ମଧ୍ୟ ମୁଲାନି ଶତକ ଆଡ଼କୁ ଅଗ୍ରସର ହେଉଛନ୍ତି। ଦିନର ଖେଳ ଶେଷ ହେବା ବେଳକୁ ମୁଲାନି ୮୮* ଓ ଖଲିଲ୍‌ ଅହମଦ ୧୫*ରନ୍‌ରେ ଅପରାଜିତ ଅଛନ୍ତି। ପ୍ରତିପକ୍ଷର ହର୍ଷିତ ରାଣା, ବିଦୂତ କାଭିରପ୍ପା, ଅର୍ଶଦୀପ ସିଂହ ପ୍ରତ୍ୟେକ ୨ ୱିକେଟ୍‌ ଲେଖାଏଁ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe