ଦଲିପ୍‌ ଟ୍ରଫି କ୍ବାର୍ଟର ଫାଇନାଲ୍‌: ରାହାଣେ, ଜୟସ୍ବାଲଙ୍କ ଦ୍ବିଶତକ; ପଶ୍ଚିମାଞ୍ଚଳର ବିଶାଳ ସ୍କୋର୍‌

Advertisment
ଦଲିପ୍‌ ଟ୍ରଫି କ୍ବାର୍ଟର ଫାଇନାଲ୍‌: ରାହାଣେ, ଜୟସ୍ବାଲଙ୍କ ଦ୍ବିଶତକ; ପଶ୍ଚିମାଞ୍ଚଳର ବିଶାଳ ସ୍କୋର୍‌

Sportstar - The Hindu

ଚେନ୍ନାଇ : ଏଠାରେ ଚାଲିଥିବା ଦଲିପ୍‌ ଟ୍ରଫି କ୍ବାର୍ଟର ଫାଇନାଲ୍‌ରେ ଆଜିଙ୍କ୍ୟ ରାହାଣେ (୨୦୭*) ଏବଂ ଯଶସ୍ବୀ ଜୟସ୍ବାଲ (୨୨୮)ଙ୍କ ଦ୍ବିଶତକ ସାଙ୍ଗକୁ ପୃଥ୍ବୀ ସ’ (୧୧୩)ଙ୍କ ଶତକୀୟ ପାଳି ବଳରେ ପଶ୍ଚିମାଞ୍ଚଳ ଦ୍ବିତୀୟ ଦିବସ ଶେଷ ସୁଦ୍ଧା ବିଶାଳ ସ୍କୋର୍‌ କରିନେଇଛି। ନର୍ଥ ଇଷ୍ଟ ଜୋନ୍‌ ବିପକ୍ଷରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ପଶ୍ଚିମାଞ୍ଚଳ ପକ୍ଷରୁ ଦୁଇ ଓପ୍‌ନର ପୃଥ୍ବୀ ଓ ଜୟସ୍ବାଲ ପ୍ରଥମ ୱିକେଟ୍‌ରେ ୨୦୬ ରନ୍ ଯୋଡ଼ିବା ପରେ ଅଧିନାୟକ ରାହାଣେ ଏବଂ ଜୟସ୍ବାଲ ଦ୍ବିତୀୟ ୱିକେଟ୍‌ରେ ୩୩୩ ରନ୍ ଯୋଡ଼ି ବଡ଼ ସ୍କୋର୍‌ ଆଡ଼କୁ ଅଗ୍ରସର ହୋଇଥିଲେ। ରାହାଣେ ଦ୍ବିଶତକ ପୂରଣ କରି ଅପରାଜିତ ରହିଥିଲା ବେଳେ ତାଙ୍କ ସହ କ୍ରିଜ୍‌ରେ ଯୋଗ ଦେଇଥିବା ରାହୁଲ ତ୍ରିପାଠୀ ୨୫ ରନ୍‌ରେ ବ୍ୟାଟିଂ କରୁଛନ୍ତି। ରାହାଣେ ଓ ରାହୁଲ ଅବିଭାଜିତ ତୃତୀୟ ୱିକେଟ୍‌ରେ ୫୧ ରନ୍ ଯୋଡ଼ିସାରିଛନ୍ତି। ଫଳ‌ରେ ପଶ୍ଚିମାଞ୍ଚଳ ପ୍ରଥମ ପାଳିରେ ୫୯୦/୨ର ମଜବୁତ୍‌ ସ୍କୋର୍‌ ପାଇଯାଇଛି।

ବିରାଟଙ୍କ ଶତକରେ ପୂର୍ବାଞ୍ଚଳ ୩୯୭
ପୁଡୁଚେରୀରେ ଚାଲିଥିବା ଉତ୍ତରାଞ୍ଚଳ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ବିରାଟ ସିଂହ (୧୧୭)ଙ୍କ ଶତକ ସାଙ୍ଗକୁ ସାହବାଜ୍‌ ଅହମ୍ମଦ (୬୨) ଏବଂ ସୁଦୀପ କୁମାର ଘରାମୀ (୬୮)ଙ୍କ ଅର୍ଦ୍ଧଶତକ ବଳରେ ପୂର୍ବାଞ୍ଚଳ ପ୍ରଥମ ପାଳିରେ ୩୯୭ ରନ୍‌ କରିପାରିଛି। ଅଧିନାୟକ ମନୋଜ ତିୱାରୀ ୨୭ ରନ୍‌ କରିଥିଲେ। ଉତ୍ତରାଞ୍ଚଳ ପକ୍ଷରୁ ଦ୍ରୁତ ବୋଲର ନଭ୍‌ଦୀପ ସୈନି ଏବଂ ବାମହାତୀ ସ୍ପିନର ନିଶାନ୍ତ ସି୍ଧୁ ୩ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଉତ୍ତରାଞ୍ଚଳ ୟାସ୍‌ ଧୂଲ୍‌ (୩୫*) ଓ ମନନ ଭୋରା (୨୦*)ଙ୍କ ଅପରାଜିତ ପାଳି ବଳରେ କୌଣସି ୱିକେଟ୍‌ ନହରାଇ ୬୫ ରନ୍‌ କରିନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe