ଏହି କା‌ରଣ ପାଇଁ ନିଜ ବିବାହରେ ସାତ ସ୍ଥାନରେ ଆଠ ଫେରା ନେଲେ ପହିଲାମାନ୍ ବବିତା ଫୋଗଟ

Advertisment
ଏହି କା‌ରଣ ପାଇଁ ନିଜ ବିବାହରେ ସାତ ସ୍ଥାନରେ ଆଠ ଫେରା ନେଲେ ପହିଲାମାନ୍ ବବିତା ଫୋଗଟ

oneindia.com

ନୂଆଦିଲ୍ଲୀ: ଭାରତରେ ଦଙ୍ଗଲ ଗର୍ଲ ଭାବେ ଜଣାଶୁଣା ପହିଲମାନ ବବିତା ଫୋଗଟ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ପ୍ରେମିକ ପହିଲାମାନ ବିବେକ ସୁହାଗଙ୍କ ସହ ବିବାହ କରିଥିବା ବେଳେ ବିବାହରେ ଘଟିଥିବା ବିଭିନ୍ନ ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମ କଥା ହେଲା, ବିବେକ ବିବାହ ପାଇଁ ମାତ୍ର ୨୧ଜଣ ବରଯାତ୍ରୀଙ୍କୁ ନେଇ ବିବାହ ମଣ୍ଡପରେ ପହଞ୍ଚିଥିଲେ। ଏହା ସହ ବବିତା ବିବାହ ସମୟରେ ସାତ୍ ବଦଳରେ ଆଠ୍ ଫେରା ନେଇଥିବା ଖବର ଏବେ ଆଲୋଚନାର ବିଷୟ ପାଲଟିଛି।

बड़ी बहन ने भी 8 फेरे लिए थे oneindia.com

ସୂଚନା ମୁତାବକ, ପ୍ରତି ବିବାହରେ ବର-ବଧୂ ସାତ୍ ଫେରା ନେଇ ସାତ ଜନ୍ମ ପାଇଁ ଜୀବନସାଥୀ ହୋଇଥାନ୍ତି। ସାତ ବଚ୍ଚନରେ ଦୁହେଁ ସବୁ ପରିସ୍ଥିତି‌ରେ ପରସ୍ପରର ହାତ ଧରି ଚାଲିବାର ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ପହିଲାମାନ ବବିତା ଫୋଗଟ କ’ଣ ପାଇଁ ଆଠ୍ ଫେରା ନେଲେ, ତାହା ପ୍ରଥମେ ସମସ୍ତଙ୍କ ପାଇଁ ବଡ଼ ପ୍ରଶ୍ନ ପାଲଟିଥିଲା। ଯାହାର ଉତ୍ତର ଏବେ ମିଳି ସାରିଛି। ବବିତା ବେଟି ବଚ୍ଚାଓ ବେଟ୍ଟି ପଢ଼ାଓ ସହ ଯୌତୁକ ପ୍ରଥା ବିରୋଧରେ ଆଠ୍ ଫେରା ନେଇଥିବା ଜଣାପଡ଼ିଛି। ତେବେ କେବଳ ବବିତା ନୁହନ୍ତି, ତାଙ୍କ ବଡ଼ ଭଉଣୀ ଗୀତା ଫୋଗଟ ମଧ୍ୟ ନିଜ ବିବାହରେ ବେଟି ବଚ୍ଚାଓ ବେଟ୍ଟି ପଢ଼ାଓ କହି ଆଠ୍ ଫେରା ନେଇଥିଲେ ବୋଲି ସାମ୍ନାକୁ ଆସିଛି। ବିବାହ ପରେ ବବିତା ଓ ବିବେକ ଚାରା ରୋପଣ କରିଥିଲେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe