ଇନ୍ଦୋର: ତୃତୀୟ ଦିନିକିଆରେ ଭାରତୀୟ ବୋଲର୍ଙ୍କୁ ଧୂମ ଛେଚିଛନ୍ତି ନ୍ୟୁଜିଲାଣ୍ଡ୍ ବ୍ୟାଟର୍। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ନ୍ୟୁଜିଲାଣ୍ଡ୍ ଡାରିଲ୍ ମିଚେଲ୍ ଓ ଗ୍ଲେନ୍ ଫିଲିପ୍ସଙ୍କ ଶତକ ଏବଂ ଦ୍ବିଶତକ ଭାଗୀଦାର ବଳରେ ୩୩୭ ରନ୍ କରି ନେଇଥିଲା। ପ୍ରଥମ ୭ ବଲ୍ ଭିତରେ ଡେଭନ୍ କନୱେ (୫) ଓ ହେନରି ନିକଲ୍ସ (୦)ଙ୍କୁ ହର୍ଷିତ ରାଣା ଓ ଅର୍ଶଦୀପ ସିଂହ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ୱିଲ୍ ୟଙ୍ଗ୍ (୩୦)ଙ୍କୁ ହର୍ଷିତ ଦ୍ବିତୀୟ ଶିକାର କରିବାରୁ ନ୍ୟୁଜିଲାଣ୍ଡ୍ ୫୮/୩ରେ ସଂଘର୍ଷ କରିଥିଲା। ଏହି ସମୟରେ ଏକାଠି ହୋଇଥିବା ଡାରିଲ୍ ମିଚେଲ୍ ଏବଂ ଗ୍ଲେନ୍ ଫିଲିପ୍ସ ତୃତୀୟ ୱିକେଟ୍ ପାଇଁ ୩୧ ଓଭରରେ ୨୧୯ ରନ୍ ଯୋଡ଼ି ସବୁ ଓଲଟପାଲଟ କରି ଦେଇଥିଲେ।
ଆହୁରି ପଢ଼ନ୍ତୁ: Police Encounter: ପଞ୍ଜାବ ସନ୍ଥ ଭାଗ୍ସିଂହ ବିଶ୍ବବିଦ୍ୟାଳୟ ବାହାରେ ଯୁବକଙ୍କୁ ଗୁଳିକରି ହତ୍ୟା: ପୁଲିସ ଏନ୍କାଉଣ୍ଟରରେ ୨ ଅଭିଯୁକ୍ତ ଆହତ
ପ୍ରଥମ ଦିନିକିଆରେ ଶତକରୁ ବଞ୍ଚିତ ମିଚେଲ୍ ପରବର୍ତୀ ୨ଟିରେ କ୍ରମାଗତ ଶତକ (୮୪, ୧୩୧*, ୧୩୭) ହାସଲ କରି ଭାରତ ଗସ୍ତକୁ ସ୍ମରଣୀୟ ଢ଼ଙ୍ଗରେ ଶେଷ କରିଛନ୍ତି। ମିଚେଲ୍ ରବିବାର ୧୩୧ ବଲ୍ରୁ ୧୩୭ ରନ୍ କରିଥିଲେ ୧୫ ଚୌକା ଓ ୩ ଛକା ସହାୟତାରେ। ଫିଲିପ୍ସ ୮୮ ବଲ୍ରୁ ୯ ଚୌକା ଓ ୩ ଛକା ସହାୟତାରେ ୧୦୬ ରନ୍ କରିଥିଲେ। ମିଚେଲ୍ ନିଜ ନବମ ଏବଂ ଫିଲିପ୍ସ ନିଜ ଦ୍ବିତୀୟ ଦିନିକିଆ ଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ-ହର୍ଷିତ ୩-୩ ଏବଂ ସିରାଜ-କୁଲଦୀପ ୧-୧ ୱିକେଟ୍ ଅକ୍ତିଆର କରିଥିଲେ।
ଆହୁରି ପଢ଼ନ୍ତୁ: Good News: କହିକହି ଥକିଗଲେ... ଶେଷରେ ଗ୍ରାମବାସୀ ନିର୍ମାଣ କଲେ ରାସ୍ତା
Follow Us