ଇନ୍ଦୋର ଟେଷ୍ଟ: ଦ୍ୱିତୀୟ ଦିନରେ ବାଂଲାଦେଶ ବିପକ୍ଷରେ ଭାରତ ୩୪୩ ରନ୍‌ରେ ଅଗ୍ରଣୀ

Advertisment
ଇନ୍ଦୋର ଟେଷ୍ଟ: ଦ୍ୱିତୀୟ ଦିନରେ ବାଂଲାଦେଶ ବିପକ୍ଷରେ ଭାରତ ୩୪୩ ରନ୍‌ରେ ଅଗ୍ରଣୀ

Hindusatn Times

ଇନ୍ଦୋର: ମୟଙ୍କ ଅଗ୍ରଓ୍ଵାଲ (୨୪୩ ରନ୍‌)ଙ୍କ ଦ୍ୱିଶତକ, ଉପଅଧିନାୟକ ଆଜିଙ୍କ୍ୟ ରହାଣେ (୮୬ ରନ୍‌) ଓ ରବୀନ୍ଦ୍ର ଜାଦେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଇନ୍ଦୋର ଟେଷ୍ଟର ଦ୍ୱିତୀୟ ଦିନରେ ଶୁକ୍ରବାର ବାଂଲାଦେଶ ବିପକ୍ଷରେ ୩୪୩ ରନ୍‌ରେ ଅଗ୍ରଣୀ ଲାଭ କରିଛି। ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ଟି ଓ୍ଵିକେଟ ହରାଇ ୪୯୩ ରନ୍‌ କରିଛି।

ହୋଲକର ଷ୍ଟାଡିୟମ୍‌ରେ ଦିନର ଅନ୍ତିମ ୩୦ ଓଭରରେ ଭାରତୀୟ ବ୍ୟାଟସ୍‌ମାନ୍‌ମାନେ ଆକ୍ରମକ ଦେଖାଯାଇଛନ୍ତି। ଏହି ସମୟରେ ୧୯୦ ରନ୍‌ ସଂଗ୍ରହ ହୋଇଛି। ମ୍ୟାଚ୍‌ର ପ୍ରଥମ ଦିନ ଗୁରୁବାର ବାଂଲାଦେଶ ୧୫୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଅତିଥି ଟିମ୍‌ ୧୯୯ ରନ୍‌ରେ ଭାରତର ୩ ଜଣ ଖେଳାଳିଙ୍କୁ ଆଉଟ୍‌ କରିଥିଲେ କିନ୍ତୁ ମୟଙ୍କ ଓ ରାହାଣେ ଦ୍ୱିତୀୟ ଦିନ ଚତୁରତାର ସହିତ ବ୍ୟାଟିଂ କରିଥିଲେ। ଦ୍ୱିତୀୟ ଦିନ ଚା’ପାନ ବିରତି ପର୍ଯ୍ୟନ୍ତ ୩ ଓ୍ଵିକେଟରେ ୩୦୩ ରନ୍‌ ପହଂଚାଇ ପାରିଥିଲେ।

ଆଜିର ଖେଳ ଶେଷ ହେବା ପୂର୍ବରୁ ଜାଦେଜା ୬୦ ରନ୍‌ ଓ ଉମେଶ ଯାଦବ ୨୫ ରନ୍‌ କରିଛନ୍ତି। ବାଂଲାଦେଶ ତରଫରୁ ଆବୁ ଜାୟଦ ସର୍ବାଧିକ ୪ଟି ଓ୍ଵିକେଟ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe