Advertisment

ତୃତୀୟ ଟେଷ୍ଟ: ୩ୟ ଦିନ ଖେଳ ଶେଷସୁଦ୍ଧା ଭାରତର ଦ୍ବିତୀୟ ପାଳିର ସ୍କୋର ୧୯୬/୨, ଇଂଲଣ୍ଡ ବିପକ୍ଷରେ ୩୨୨ ରନ୍‌ରେ ଅଗ୍ରଣୀ

Advertisment

ଯଶସ୍ବୀ ଜୟସ୍ବାଲଙ୍କ ଶତକ, ଶୁବମନ୍‌ ଗିଲଙ୍କ ଅର୍ଦ୍ଧଶତକ

ଯଶସ୍ବୀ ଜୟସ୍ବାଲଙ୍କ ଶତକ, ଶୁବମନ୍‌ ଗିଲଙ୍କ ଅର୍ଦ୍ଧଶତକ

ତୃତୀୟ ଟେଷ୍ଟ: ଯଶସ୍ବୀ ଜୟସ୍ବାଲଙ୍କ ବିସ୍ଫୋରକ ଶତକ, ଇଂଲଣ୍ଡ ବିପକ୍ଷରେ ଭାରତ ୩୦୦ ରନ୍‌ରେ ଆଗୁଆ

Photo: Aajtak

ରାଜକୋଟ୍‌: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଶୃଙ୍ଖଳାର ଦ୍ବତୀୟ ପାଳିରେ ଭାରତର ଯୁବ ବ୍ୟାଟ୍‌ର ଯଶସ୍ବୀ ଜୟସ୍ବାଲ ଓ ଶୁବମନ୍‌ ଗିଲ ଚମକିଛନ୍ତି। ଗୁଜରାଟର ରାଜକୋଟରେ ଜାରିଥିବା ଶୃଙ୍ଖଳାର ତୃତୀୟ ଦିନ ଶନିବାର ଖେଳ ଶେଷସୁଦ୍ଧା ଭାରତ ଦ୍ବିତୀୟ ପାଳିରେ ୨ଟି ୱିକେଟ ହରାଇ ୧୯୬ ରନ୍‌ ସଂଗ୍ରହ କରିଛି। ଏଥି ସହିତ ଘରୋଇ ଟିମ୍‌ ଅତିଥି ଟିମ୍‌ ତୁଳନାରେ ୩୨୨ ରନ୍‌ରେ ଅଗ୍ରଣୀ ରହିଛି। ଭାରତ ପ୍ରଥମ ପାଳିରେ ୪୪୫ ରନ୍‌ ସଂଗ୍ରହ କରିଥିବା ବେଳେ ଇଂଲଣ୍ଡ ୩୧୯ ରନ୍‌ କରିଥିଲା।

ଜୟସ୍ବାଲ ନିଜ ଟେଷ୍ଟ କ୍ୟାରିୟରର ୭ମ ମ୍ୟାଚ୍‌ର ୧୩ତମ ପାଳିରେ ତୃତୀୟ ଶତକ ହାସଲ କରିଥିଲେ। ଭାରତର ଦ୍ବିତୀୟ ପାଳି ଜାରି ଥିବା ବେଳେ ୧୩୩ଟି ବଲ୍‌ ଖେଳି ୯ଟି ଚୌକା ଓ ୫ଟି ଛକା ବଳରେ ସେ ୧୦୪ ରନ୍‌ କରି ପଡ଼ିଆରୁ ବାହାରି ଯାଇଥିଲେ। ସେହିପରି ଯୁବ ବ୍ୟାଟର ଶୁବମନ୍‌ ଗିଲ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୨୦ଟି ବଲ୍‌ ଖେଳି ୬ଟି ଚୌକା ଓ ୨ଟି ଛକା ବଳରେ ୬୫ ରନ୍‌ କରିଥିଲେ।

ଦ୍ବିତୀୟ ପାଳିରେ ଭାରତର ବ୍ୟାଟିଂ ଆରମ୍ଭ କରିଥିଲେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ଅଧିନାୟକ ରୋହିତ ଶର୍ମା। ରୋହିତ ଶର୍ମା ଜୋଏ ରୁଟ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇ ପାଭିଲିଅନ୍‌କୁ ଫେରିଥିଲେ। ସେ ୨୮ଟି ବଲ୍‌ ସାମ୍ନା କରି ୩ଟି ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୧୯ରନ୍‌ କରିଥିଲେ। ରଜତ ପାଟିଦାର ୧୦ଟି ବଲ୍‌ ସାମ୍ନା କରିଥିଲେ ମଧ୍ୟ ଖାତା ଖୋଲିପାରି ନଥିଲେ। ଶୁବମନ ଗିଲଙ୍କ ସହିତ କୁଲଦୀପ ଯାଦବ କ୍ରିଜ୍‌ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe