ମୁମ୍ବାଇ ଟେଷ୍ଟରେ ବିଜୟ ଆଡ଼କୁ ଭାରତୀୟ ଟିମ୍‌ ଅଗ୍ରସର, ୪ର୍ଥ ଦିନରେ ୫ ଓ୍ଵିକେଟ୍‌ ଦରକାର

Advertisment
ମୁମ୍ବାଇ ଟେଷ୍ଟରେ ବିଜୟ ଆଡ଼କୁ ଭାରତୀୟ ଟିମ୍‌ ଅଗ୍ରସର, ୪ର୍ଥ ଦିନରେ ୫ ଓ୍ଵିକେଟ୍‌ ଦରକାର

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶୃଙ୍ଖଳାର ୨ୟ ଟେଷ୍ଟ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳା ଯାଉଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ମଜବୁତ୍‌ ସ୍ଥିତିରେ ହହଞ୍ଚିଛି। ଭାରତ ପକ୍ଷରୁ ମିଳିଥିବା ବିଜୟ ଲକ୍ଷ୍ୟ ପଛରେ କିଓ୍ଵି ଟିମ୍‌ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍‌ ହରାଇଛି।

ଏହି ଟେଷ୍ଟ ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୩୨୫ ଓ ୨ୟ ପାଳିରେ ୨୭୬ ରନ୍‌ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୬୨ ରନ୍‌ ସଂଗ୍ରହ କରିଥିଲା। ଦ୍ୱିତୀୟ ପାଳିରେ ୫ଟି ଓ୍ଵିକେଟ୍‌ ହରାଇ ୧୪୦ ରନ୍‌ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡ ଏହି ଟେଷ୍ଟ ଜିତିବା ପାଇଁ ଆହୁରି ୪୦୦ ରନ୍‌ ଦରକାର କରୁଥିବା ବେଳେ ଭାରତକୁ ଦରକାର ଅଛି ୫ଟି ଓ୍ଵିକେଟ୍‌।

ମୁମ୍ବାଇ ଟେଷ୍ଟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ପୁଣି ଥରେ ଚମକିଛନ୍ତି। ପ୍ରଥମ ପାଳିରେ ଅଶ୍ୱିନ୍‌ ୫ଟି ଓ୍ଵିକେଟ୍‌ ନେଇଥିଲେ। ଦ୍ୱିତୀୟ ପାଳିରେ ଏପର୍ଯ୍ୟନ୍ତ ୩ଟି ଓ୍ଵିକେଟ୍‌ ନେଇସାରିଛନ୍ତି। ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଶ୍ୱିନ ଦାଉ ସାଜିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe