Cricket bat and ball on green grass of cricket pitch
ବାର୍ବାଡସ୍: ଆସନ୍ତା ଜୁନ୍ରେ ଦିବାରାତ୍ର ଟେଷ୍ଟ କାରବୀୟ ପଦାର୍ପଣ କରିବ। ପ୍ରଥମ ଥର ପାଇଁ େଓ୍ଵଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଦିବାରାତ୍ର ଟେଷ୍ଟ ଖେଳିବ। ଜୁନ୍ ୨୩ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ଏହି ଟେଷ୍ଟ ଖେଳିବ େଓ୍ଵଷ୍ଟଇଣ୍ଡିଜ୍। ଏହି ଐତିହାସିକ ଟେଷ୍ଟ ବାର୍ବାଡସ୍ରେ ଖେଳାଯିବ। ଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ପ୍ରଥମ ଥର ଲାଗି ଦିବାରାତ୍ର ଟେଷ୍ଟ ଆୟୋଜନ କରିଥିଲା ବେଳେ େଓ୍ଵଷ୍ଟଇଣ୍ଡିଜ୍ ତୃତୀୟ ଥର ପାଇଁ ଖେଳିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦ୍ୱିତୀୟ ଥର ଦିବାରାତ୍ର ଟେଷ୍ଟ ଖେଳିବ। ୨୦୧୭ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ଦିବାରାତ୍ର ଟେଷ୍ଟ ଖେଳି ଶ୍ରୀଲଙ୍କା ବିଜୟୀ ହୋଇଥିଲା। କେନ୍ସିଙ୍ଗ୍ଟନ୍ ଓଭାଲ୍ରେ ଶ୍ରୀଲଙ୍କା ତା’ର ଦ୍ୱିତୀୟ ଦିବାରାତ୍ର ଟେଷ୍ଟ ଖେଳିବ।
ଶ୍ରୀଲଙ୍କା ମଧ୍ୟ ୧୦ ବର୍ଷ ପରେ କାରବୀୟ ରାଷ୍ଟ୍ରକୁ ପ୍ରଥମ ଗସ୍ତ କରିବ। ୧୦ ବର୍ଷ ପୂର୍ବେ ଶ୍ରୀଲଙ୍କା ୧-୧ରେ ଟେଷ୍ଟ ଶୃଙ୍ଖଳାକୁ ଇଣ୍ଡିଜ୍ ସହ ଅମୀମାଂସିତ ରଖିଥିଲା। ଆସନ୍ତା ଗସ୍ତରେ ଶ୍ରୀଲଙ୍କା ଦଳ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଏକ ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ। ମେ ୩୦ ତାରିଖରୁ ତ୍ରିନିଦାଦ୍ର ବ୍ରିଆନ୍ ଲାରା କ୍ରିକେଟ୍ ପଡ଼ିଆରେ ଏହି ଅଭ୍ୟାସ ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି। ଜୁନ୍ ୬ରୁ ୧୦ ପ୍ରଥମ ଟେଷ୍ଟ (ତ୍ରିନିଦାଦ୍ର କୁଇନ୍ସ ପାର୍କ ଓଭାଲ୍), ଜୁନ୍ ୧୪ରୁ ୧୮ ଦ୍ୱିତୀୟ ଟେଷ୍ଟ (ସେଣ୍ଟ୍ ଲୁସିଆର ଡାରେନ୍ ସାମି କ୍ରିକେଟ୍ ପଡ଼ିଆ) ଏବଂ ଜୁନ୍ ୨୩ରୁ ୨୭ ତୃତୀୟ ତଥା ଶେଷ ଟେଷ୍ଟ (ବାର୍ବାଡସ୍ର କେନ୍ସିଙ୍ଗ୍ଟନ୍ ଓଭାଲ୍) ଖେଳାଯିବ।
Follow Us