କଟକ: ଡିସେମ୍ବର ୨୦ ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ପାଇଁ କଟକ ଡିସିପି ଅଖିଳେଶ୍ୱର ସିଂହ ଗୁରୁବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ସାଧାରଣ ଦର୍ଶକଙ୍କୁ ପାଣି ଯୋଗାଣ ସମସ୍ୟା ସୁଧାରିବା ଓ ଷ୍ଟାଡିୟମ ବାହାରେ ଅଧିକ ଆଲୋକିକରଣ ବ୍ୟବସ୍ଥା କରିବାକୁ ସେ ଓସିଏ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ସୁରକ୍ଷା ସମ୍ପର୍କିତ ଅନ୍ୟ ବିଷୟ ଉପରେ ଶନିବାର କମିସନରଙ୍କ ଆଲୋଚନା କରାଯିବ ବୋଲି ଡିିସିପି କହିଛନ୍ତି। ଏସିପି ସତୀରାମ ଶତପଥୀ, କ୍ୟାଣ୍ଟନମେଣ୍ଟ ଆଇଆଇସି ବିଶ୍ୱଜିତ ମହାନ୍ତି, ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲେଇ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ ନାୟକ, ସଂଯୋଜକ ଡାନିଏଲ୍ ରାଉତ ପ୍ରମୁଖ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।
ବାରବାଟୀ ବୁଲିଲେ ଡିସିପି
Advertisment
Follow Us