ଆର୍‌ସିବି ଅଭ୍ୟାସ ମ୍ୟାଚ୍‌ରେ ଡିଭିଲିୟର୍ସଙ୍କ ଛକା, ଚୌକା ବର୍ଷା

Advertisment

ସଙ୍ଗରୋଧରେ ଥାଇ ରୋହିତଙ୍କ ତାଲିମ ଆରମ୍ଭ

ସଙ୍ଗରୋଧରେ ଥାଇ ରୋହିତଙ୍କ ତାଲିମ ଆରମ୍ଭ

ଆର୍‌ସିବି ଅଭ୍ୟାସ ମ୍ୟାଚ୍‌ରେ ଡିଭିଲିୟର୍ସଙ୍କ ଛକା, ଚୌକା ବର୍ଷା

ଦୁବାଇ: ଆଇପିଏଲ୍‌ ଦ୍ବିତୀୟ ଚରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସୋମବାର କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ଭେଟିବ। ଅଧିନାୟକ ବିରାଟ କୋହଲି, ମହମ୍ମଦ ସିରାଜ ଓ ଡାନ୍‌ କ୍ରିଷ୍ଟିଆନ୍‌ ସଂପ୍ରତି ସଂଗରୋଧରେ ରହିଥିଲା ବେଳେ ଅନ୍ୟ ଖେଳାଳିମା‌ନେ ବୁଧବାର ଏକ ଅନ୍ତଃଦଳୀୟ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲେ। ହର୍ଷଲ ପଟେଲ ଓ ଦେବଦତ୍ତ ପଡ଼ିକଲ ଯଥାକ୍ରମେ ଆର୍‌ସିବି-ଏ’ ଓ ବି’ର ନେତୃତ୍ବ ନେଇଥିଲେ। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡି’ଭିଲିୟର୍ସଙ୍କ ବ୍ୟାଟ୍‌ରୁ ଚୌକା ଓ ଛକା ବର୍ଷା ଦେଖିବାକୁ ମିଳିଥିଲା। ସେ ମଧ୍ୟ ବିସ୍ଫୋରକ ଶତକ ଜମାଇଥିଲେ। ହର୍ଷଲଙ୍କ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ଏବି ଡି’ଭିଲିୟର୍ସ ଓ ମହମ୍ମଦ ଆଝାରୁଦ୍ଦିନ୍‌ ଦ୍ବିତୀୟ ୱିକେଟ୍‌ରେ ଚମତ୍କାର ଖେଳିଥିଲେ। ଡିଭିଲିୟର୍ସ ସପ୍ତମ ଓଭର ମଧ୍ୟରେ ନିଜର ଅର୍ଧଶତକ ହାସଲ କରିଥିଲେ ଏବଂ ବିସ୍ଫୋରକ ବ୍ୟାଟିଂ ଜାରି ରଖି ୭ ଚୌକା ଓ ୧୦ ଛକା ସହ ୪୬ ବଲ୍‌ରେ ୧୦୪ ରନ୍‌ କରିଥିଲେ। ଆଝାରୁଦ୍ଦିନ୍‌ ୪ ଚୌକା ଓ ୩ ଛକା ସହ ୪୩ ବଲ୍‌ରେ ୬୬ ରନ୍‌ କରିଥି‌ଲେ। ଫଳରେ ବି’ ଦଳ ସମ୍ମୁଖରେ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଜବାବରେ ଅଧିନାୟକ ପଡ଼ିକଲ ଏବଂ କେଏସ୍‌ ଭରତ ୭ ୱିକେଟ୍‌ରେ ବି’ ଦଳକୁ ବିଜୟ ଭେଟି ଦେଇଥିଲେ। ଭରତ ୪୭ ବଲ୍‌ରେ ୯୫ ରନ୍‌ କରିଥିଲା ବେଳେ ଅଧିନାୟକ ପଡ଼ିକଲ ୨୧ ବଲ୍‌ରେ ୩୬ ରନ୍‌ କରିଥିଲେ। ଶେଷ ଦୁଇ ବଲ୍‌ରେ ବିଜୟ ପାଇଁ ୩ ରନ୍‌ ଥିଲା ବେଳେ ପଡ଼ିକଲ୍‌ ବାଉଣ୍ଡାରିରେ ମୁଣ୍ଡି ମାରିଥିଲେ।

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରୁ ଫେରି ୟୁଏଇ ପହଞ୍ଚିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ୬ ଦିନିଆ ସଙ୍ଗରୋଧରେ ରହିଥିଲେ ମଧ୍ୟ ତାଲିମ ଆରମ୍ଭ କରି ଦେଇଛନ୍ତି। ରୋହିତ ମଙ୍ଗଳବାର ଝାଳ ବୁହାଉଥିବାର ଫଟୋ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଟ୍ବିଟର୍ ହ୍ୟାଣ୍ଡଲରେ ପ୍ରକ‌ାଶ କରିଛି। ମ‌ା‌‌ଞ୍ଚେଷ୍ଟର୍ ଟେଷ୍ଟ ସ୍ଥଗିତ ରହିବା ପରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ଯଶପ୍ରୀତ୍ ବୁମରା ତୁରନ୍ତ ଆବୁଧାବି ପହଞ୍ଚିଯାଇଥିଲେ। ୬ ଦିନିଆ ସଙ୍ଗରୋଧ ପରେ ଏମାନେ ଦଳର ଅନ୍ୟ ଖେଳାଳିମାନଙ୍କ ସହ ସାମିଲ ହେବେ। ଆଇପିଏଲ୍‌ର ଦ୍ବିତୀୟ ଚରଣ ରବିବାରଠାରୁ ଆରମ୍ଭ ‌ହେବାକୁ ଯାଉଥିବା ବେଳେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦିନ ପରସ୍ପରକୁ‌ ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe