ଦୁବାଇ: କେବଳ ବ୍ୟାଟିଂ ପାଇଁ ଅବସରପ୍ରାପ୍ତ ଏବି ଡି’ଭିଲିୟର୍ସ ଚଳିତ ଆଇପିଏଲ୍ରେ ଚର୍ଚ୍ଚିତ ନାହାନ୍ତି। ୟୁଏଇରେ ନିଜ ଅନ୍ୟ ସମସ୍ତ ଦକ୍ଷତାର ମଧ୍ୟ ପରୀକ୍ଷା ଦେଲେଣି। ନିଜର ଫଟୋଗ୍ରାଫି କଳାକୁ ଫୁଟାଇ ଏଥି ପାଇଁ ପ୍ରଶଂସକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ରବିବାର ବିରାଟ କୋହଲି ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଏକ ଫଟୋରୁ ଏବିଡିଙ୍କ ଫଟୋଗ୍ରାଫି ଦକ୍ଷତା ମଧ୍ୟ ପ୍ରମାଣିତ ହୋଇଛି। ଅସ୍ତମିତ ସୂର୍ଯ୍ୟକରଣ ଭରା ଏକ ଦୁବାଇ ହ୍ରଦରେ ବେକଯାଏ ଗଭୀର ପାଣି ଭିତରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଆଲିଙ୍ଗନ ମୁହୂର୍ତରେ ଥିବାବେଳେ ଏହାର ଫଟୋଟିକୁ ଡି’ଭିଲିୟର୍ସ ଉତ୍ତୋଳନ କରିଥିଲେ। କୋହଲି ମଧ୍ୟ ଫଟୋଟିକୁ ଡି’ଭିଲିୟର୍ସ ଉତ୍ତୋଳନ କରିଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏହି ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ମଧ୍ୟରେ ଭାଇରାଲ୍ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଖୁବ୍ କ୍ବଚିତ ଖେଳାଳି ସେମାନଙ୍କ ପରିବାରକୁ ୟୁଏଇ ନେଇଥିବାବେଳେ କୋହଲି ସେମାନଙ୍କ ମଧ୍ୟରେ ଅନ୍ୟତମ। ୨୦୧୭ ଡିସେମ୍ବରରେ ବିବାହ କରିଥିବା ବିରାଟ କୋହଲି-ଅନୁଷ୍କା ଶର୍ମା (ବିରୁଷ୍କା) ୨୦୨୧ ଜାନୁଆରିରେ ସେମାନଙ୍କ ପ୍ରଥମ ସନ୍ତାନ ଆଶାରେ ରହିଛନ୍ତି। ଆର୍ସିବି ଏବେ ଚଳିତ ଆଇପିଏଲରେ ଭଲ ସ୍ଥାନରେ ରହିଛି। ୯ ମ୍ୟାଚ୍ରୁ ୬ ବିଜୟ ସହ ବିଗତ ୪ ବର୍ଷରେ ପ୍ରଥମ ଥର ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିବା ଦ୍ବାରଦେଶରେ ରହିଛି।
ବିରୁଷ୍କାଙ୍କ ଫଟୋ ଉଠାଇଲେ ଡି’ଭିଲିୟର୍ସ
Advertisment
Follow Us