ଓସିଏ ଅନ୍ତଃଜିଲା ଟ୍ବେଣ୍ଟି୨୦ ଲିଗ୍‌: ବିପ୍ଳବ, ଗୌରବଙ୍କ ଶତକ; ଦେବାଶିଷଙ୍କୁ ୫ ୱିକେଟ

Advertisment
ଓସିଏ ଅନ୍ତଃଜିଲା ଟ୍ବେଣ୍ଟି୨୦ ଲିଗ୍‌: ବିପ୍ଳବ, ଗୌରବଙ୍କ ଶତକ; ଦେବାଶିଷଙ୍କୁ ୫ ୱିକେଟ

କଟକ: ଓସିଏ ଆନୁକୂଲ୍ୟରେ ଚାଲିଥିବା ଟି-୨୦ ଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ମଙ୍ଗଳବାର ଯାଜପୁରକୁ ରାଉରକେଲା, ନୟାଗଡ଼କୁ କଟକ ‘ଏ’, ମୟୂରଭଞ୍ଜକୁ ଭଦ୍ରକ, ସୋନପୁରକୁ କେନ୍ଦୁଝର, ଗଜପତିକୁ ବାଲେଶ୍ବର, ଜଗତସିଂହପୁରକୁ ମାଲକାନଗିରି, ବରଗଡ଼କୁ ଭୁବନେଶ୍ବର ‘ବି’ ସୁପର ଓଭରରେ, କିଟ୍‌କୁ ଭୁବନେଶ୍ବର ‘ଏ’, ନୂଆପଡ଼ାକୁ ଝାରସୁଗୁଡ଼ା, ପୁରୀକୁ ସୁନ୍ଦରଗଡ଼, କନ୍ଧମାଳକୁ ବଲାଙ୍ଗିର, ବୌଦ୍ଧକୁ ସମ୍ବଲପୁର, ଅନୁଗୋଳକୁ ଢେଙ୍କାନାଳ, ଗଞ୍ଜାମକୁ ପୂର୍ବତଟ ରେଳବାଇ, ଦେବଗଡ଼କୁ କେନ୍ଦ୍ରାପଡ଼ା, କୋରାପୁଟକୁ ଖୋର୍ଦ୍ଧା, ପାରାଦୀପକୁ ନବରଙ୍ଗପୁର, ରାୟଗଡ଼ାକୁ କଳାହାଣ୍ଡି ପରାସ୍ତ କରିଛି।

ପ୍ରତିଯୋଗିତାର ଦ୍ବିତୀୟ ଦିନ ୨ଟି ଶତକ ଦେଖିବାକୁ ମିଳିଛି। କଟକ ‘ଏ’ର ଅଧିନାୟକ ବିପ୍ଳବ ସାମନ୍ତରାୟ ନୟାଗଡ଼ ବିପକ୍ଷରେ ଅପରାଜିତ ଶତକ (୧୩୦*) ହାସଲ କରିଛନ୍ତି। ଫଳରେ କଟକ ‘ଏ’ ୧୭୧ ରନ୍‌ରେ ବିଜୟୀ ହୋଇଛି। କେନ୍ଦ୍ରାପଡ଼ାର ଗୌରବ ଚୌଧୁରୀ ମଧ୍ୟ ଶତକ ଅର୍ଜନ କରିଛନ୍ତି। ଦେବଗଡ଼ ବିପକ୍ଷରେ ଗୌରବ ୧୧୭ ରନ୍‌ର ବିସ୍ଫୋରକ ପାଳି ଖେଳିବାରୁ କେନ୍ଦ୍ରାପଡ଼ା ୧୮୬ ରନ୍‌ରେ ବିଜୟୀ ହୋଇଛି। ମଙ୍ଗଳବାର ଏକମାତ୍ର ବୋଲର ଭାବେ ବଲାଙ୍ଗିରର ଦେବାଶିଷ କାଣ୍ଡା ୫ ୱିକେଟ ହାସଲ କରିଛନ୍ତି। କନ୍ଧମାଳ ବିପକ୍ଷରେ ଦେବାଶିଷ ମାତ୍ର ୧୧ ରନ୍‌ ଦେଇ ୫ ୱିକେଟ ନେବାରୁ ବଲାଙ୍ଗିର ୪ ୱିକେଟରେ ବିଜୟୀ ହୋଇଛି।

ସେହିପରି ଦ୍ବିତୀୟ ଦିନ ମୋଟ ୧୨ଟି ଅର୍ଧଶତକ ଦେଖିବାକୁ ମିଳିଛି। ସୋନପୁର ବିପକ୍ଷରେ କେନ୍ଦୁଝର ଅଧିନାୟକ ଶୁଭ୍ରାଂଶୁ ସେନାପତି ଅପରାଜିତ ୫୭ ରନ୍, ଗଜପତି ବିପକ୍ଷରେ ବାଲେଶ୍ବରର ସ୍ପର୍ଶ ସୋମାନି ୫୬, ଜଗତସିଂହପୁର ବିପକ୍ଷରେ ମାଲକାନଗିରିର ସୁବୀର ସର୍ଦ୍ଦାର ୫୯, ଭୁବନେଶ୍ବର ‘ବି’ ବିପକ୍ଷରେ ବରଗଡ଼ର ପ୍ରବୀଣ ଲୁହା ଅପରାଜିତ ୫୭, କିଟ୍‌ ବିପକ୍ଷରେ ଭୁବନେଶ୍ବର ‘ଏ’ର ସନ୍ଦୀପ ପଟ୍ଟନାୟକ ୬୫, ଝାରସୁଗୁଡ଼ା ବିପକ୍ଷରେ ନୂଆପଡ଼ାର ଗୌରବ ରାଉତ ୫୫, ପୁରୀ ବିପକ୍ଷରେ ସୁନ୍ଦରଗଡ଼ର ସୁନୀଲ ଦୋରା ୬୧, ବୌଦ୍ଧ ବିପକ୍ଷରେ ସମ୍ବଲପୁରର ଆୟୁଷ ନାୟକ ୭୪, ସମ୍ବଲପୁର ବିପକ୍ଷରେ ବୌଦ୍ଧର ବିଭୂତି ମଲ୍ଲିକ ଅପରାଜିତ ୫୩, କୋରାପୁଟ ବିପକ୍ଷରେ ଖୋର୍ଦ୍ଧାର ରଣଜିତ ପାଇକରାୟ ଅପରାଜିତ ୮୩, ପାରାଦୀପ ବିପକ୍ଷରେ ନବରଙ୍ଗପୁରର ପୂର୍ଣ୍ଣ ମାଝୀ ୮୪ ଏବଂ ରାୟଗଡ଼ା ବିପକ୍ଷରେ କଳାହାଣ୍ଡିର ଦିନେଶ ମାଝୀ ୫୪ ରନ୍ ସ୍କୋର୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe