କଟକ: ଚଳିତ କଳାହାଣ୍ଡି କପ୍‌ରେ ବୁଧବାର ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦ୍ରାପଡ଼ା, ପୂର୍ବତଟ ରେଳବାଇ, ସମ୍ବଲପୁର-ଏ,‌ ଖୋର୍ଦ୍ଧା, ଭୁବନେଶ୍ବର, ଯାଜପୁର ଓ ଦେବଗଡ଼ ବିଜୟୀ ହୋଇଛନ୍ତି। ସମ୍ବଲପୁରର ଦେବାଶିଷ ବାଗଙ୍କ ଶତକ (୧୧୯ ରନ୍) ଓ ପୂର୍ବତନ ରେଲବାଇର ଓମ୍‌କାର ମହାନ୍ତିଙ୍କ ୫ ୱିକେଟ ଅକ୍ତିଆର ଆଜିର ଉଲ୍ଲେଖନୀୟ ବିଷୟ ହୋଇଛି।

Advertisment

ବୁଧବାର ଖୋର୍ଦ୍ଧାରେ ସମ୍ବଲପୁର-ଏ ୨୩ ରନ୍‌ରେ ସୁବର୍ଣ୍ଣପୁରକୁ ପରାସ୍ତ କରିଛି। ଦେବାଶିଷ ବାଗ ଶତକ ବଳରେ ସମ୍ବଲପୁର-ଏ ୯ ଓ୍ବି‌କେଟ୍‌ ହରାଇ ୨୬୫ ରନ କରିଥିଲା। ଜବାବରେ ସୋନପୁର ୮ ୱିକେଟ ହରାଇ ୨୪୨ ରନ୍‌ରେ ଅଟକି ଯାଇଥିଲା। ଅଡ଼ଶପୁର ପଡ଼ିଆରେ ସୁନ୍ଦରଗଡ ୪୭ ରନ୍‌ରେ ନୟାଗଡ଼କୁ ହରାଇଛି। ରେଭେନ୍‌ସା ପଡ଼ିଆ-୨ରେ ନବରଙ୍ଗପୁର ୭ ୱିକେଟ୍‌ରେ ସମ୍ବଲପୁର-ବି’କୁ, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପଡ଼ିଆରେ କେନ୍ଦ୍ରାପଡା ୭ ୱିକେଟ୍‌ରେ ଢେଙ୍କାନାଳକୁ ହରାଇଛି।

ଆହୁରି ପଢ଼ନ୍ତୁ: IND vs NED: ନେଦରଲାଣ୍ଡ୍‌ସ ବିପକ୍ଷରେ ଭାରତ ୧୭ ରନ୍‌ରେ ବିଜୟୀ

ସନସାଇନ ପଡ଼ିଆ‌ରେ ଓମ୍‌କାର୍‌ଙ୍କ ୫ ୱିକେଟ୍‌ ସଫଳତା ବଳରେ ପୂର୍ବତଟ ରେଳବାଇ ୪୪ ରନ୍‌ରେ ବଲାଙ୍ଗୀରକୁ ପରାସ୍ତ କରିଛି। ଡ୍ରିମସ ବିଶ୍ବବିଦ୍ୟାଳୟ ପଡ଼ିଆରେ ଖୋର୍ଦ୍ଧା ୬ ୱିକେଟ୍‌ରେ କଟକ-ବି’କୁ, ଖୋର୍ଦ୍ଧା ରୋଡ୍‌ ଷ୍ଟାଡିୟମ୍‌ରେ ଭୁବନେଶ୍ୱର ୭ ୱିକେଟ୍‌ରେ କୋରାପୁଟକୁ, ନିମପୁର ପଡ଼ିଆରେ ଯାଜପୁର ୬ ୱିକେଟ୍‌ରେ ବୌଦ୍ଧକୁ ଏବଂ ରେଭେନ୍‌ସା ପଡ଼ିଆ-୧ରେ ଦେବଗଡ଼ ୧ ୱିକେଟ୍‌ରେ ମାଲକାନଗିରିକୁ ପରାସ୍ତ କରିଛି।