କେକେଆର୍ର ଶନିବାର ବିଜୟରେ ଯୁବ ବ୍ୟାଟ୍ସମ୍ୟାନ୍ ନିତୀଶ ରାଣାଙ୍କର ନିର୍ଣ୍ଣାୟକ ଭୂମିକା ଥିଲା। ୪୨ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା କେକେଆର୍ ପାଇଁ ସୁନିଲ ନାରାୟଣଙ୍କ ସହ ମିଶି ସେ ହିଁ ଚତୁର୍ଥ ୱିକେଟ୍ରେ ଦ୍ରୁତ ଓ ମୂଲ୍ୟବାନ ୧୧୫ ରନ୍ ଯୋଡ଼ିଥିଲେ। ମାତ୍ର ୫୩ ବଲ୍ରୁ ୧୩ ଚୌକା ଓ ୧ ଛକା ବଳରେ ୮୧ ରନ୍ କରିଥିବା ରାଣା ନିଜର ଏହି ସ୍ମରଣୀୟ ଅର୍ଧଶତକକୁ ଶ୍ବଶୁର ସୁରିନ୍ଦର ମାରୱାଙ୍କୁ ଉତ୍ସର୍ଗ କରିଥିଲେ। କର୍କଟ ରୋଗ ସହ ଦୀର୍ଘ ଦିନ ଧରି ଲଢ଼ିବା ପରେ ସୁରିନ୍ଦର ଶୁକ୍ରବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଓଭର ମଝିରେ ଜଣେ ସାଥୀ ଖେଳାଳି ସୁରିନ୍ଦର ଲେଖା ଥିବା ୬୩ ନମ୍ବର ଜର୍ସିକୁ ରାଣାଙ୍କୁ ହସ୍ତାନ୍ତର କରିଥିଲେ। ଏହାକୁ ଦେଖାଇ ନିଜ ଶ୍ବଶୁରଙ୍କ ପ୍ରତି ଥିବା ସମ୍ମାନ ଓ ଭଲପାଇବାକୁ ଦର୍ଶାଇଥିଲେ ସେ। ଚଳିତ ଆଇପିଏଲ୍ରେ ରାଣାଙ୍କର ଏହା ଦ୍ବିତୀୟ ଅର୍ଧଶତକୀୟ ପାଳି ଥିଲା।
ଶ୍ବଶୁରଙ୍କୁ ଅର୍ଧଶତକ ଉତ୍ସର୍ଗ
Advertisment
Follow Us