ବାହାହେଲେ ଦୀପକ ଚହର

ବାହାହେଲେ ଦୀପକ ଚହର

Jansatta

ନୂଆଦିଲ୍ଲୀ: ‌ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଏବଂ ଭାରତୀୟ ଦଳର ଦ୍ରୁତ ବୋଲର ଦୀପକ ଚହର ବୁଧବାର ରାତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆଗ୍ରାରେ ନିଜର ବହୁ ବର୍ଷର ବାନ୍ଧବୀ ଜୟା ଭରଦ୍ବାଜଙ୍କ ହାତ ଧରିଛନ୍ତି ଦୀପକ। ଏହି ବିବାହ ଉତ୍ସବରେ ଦୀପକଙ୍କ ପରିବାରବର୍ଗ ଓ ବନ୍ଧୁଙ୍କ ସହିତ ଅତିଥିଙ୍କ ଗହଣରେ ସଂପର୍କୀୟ ତଥା ସକ୍ରିୟ କ୍ରିକେଟର ରାହୁଲ ଚହର ଉପସ୍ଥିତ ଥିଲେ। ତେବେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋ‌ନି ଅନୁପସ୍ଥିତ ଥିବା ଦେଖାଯାଇଥିଲା। ଥିରୁଭାଲୁର ଜିଲ୍ଲା କ୍ରିକେଟ୍‌ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଧୋନି ତାମିଲନାଡୁ ବାହାରେ ରହିଥିବା‌ରୁ ବିବାହ ଉତ୍ସବରେ ଯୋଗ ଦେଇପାରିନଥିବା ଜଣାପଡ଼ିଛି। ତେବେ ଆଗ୍ରାର ଜେପି ପ୍ୟାଲେସରେ ବିବାହ ସଂପନ୍ନ ହୋଇଥିଲା ବେଳେ ଭୋଜି ଦିଲ୍ଲୀର ଆଇଟିସି ମୌର୍ଯ୍ୟରେ ଆୟୋଜିତ ହେବାର ସୂଚୀ ରହିଛି। ଏଥିରେ ବିରାଟ କୋହଲି ଓ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସମେତ ପ୍ରମୁଖ ଭାରତୀୟ କ୍ରିକେଟର୍‌ ଯୋଗଦେବେ ବୋଲି ଦୀପକ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଦୁବାଇ ଇଣ୍ଟରନ୍ୟାସ୍‌ନାଲ ଷ୍ଟାଡିୟମ୍‌ରେ ୨୦୨୧ ଆଇପିଏଲ୍‌ର ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ‌ସିଏସ୍‌କେ ମ୍ୟାଚ୍‌ ପରେ ଦୀପକ ‌ଷ୍ଟାଣ୍ଡ୍‌ରେ ଜୟାଙ୍କୁ ବିବାହ ପ୍ରସ୍ତାବ ବାଢ଼ିଥିଲେ। ସେତେବେଳେ ଦୀପକ ଗୋଟିଏ ଆଣ୍ଠୁ ମାଡ଼ି ସିଏସ୍‌କେ ବକ୍ସରେ ବସିଥିବା ଜୟାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ। ଯାହାକୁ ଜୟା ମଧ୍ୟ ସ୍ବୀକାର କରିନେଇଥିଲେ। ଏବେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜୟାଙ୍କୁ ସବୁବେଳେ ଖୁସିରେ ରଖିବାକୁ ଦୀପକ ମଧ୍ୟ ଏହି ଅବସରରେ ପ୍ରତିଶୃତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe