୨୦୨୧ ମସିହା ଆଇପିଏଲ୍‌ ସମୟରେ ଜୟାଙ୍କୁ ‘ପ୍ରପୋଜ୍‌’ କରିବାକୁ ଚହରଙ୍କୁ କହିଥିଲେ ଧୋନି

୨୦୨୧ ମସିହା ଆଇପିଏଲ୍‌ ସମୟରେ ଜୟାଙ୍କୁ ‘ପ୍ରପୋଜ୍‌’ କରିବାକୁ ଚହରଙ୍କୁ କହିଥିଲେ ଧୋନି

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ଦଳ ଆଇପିଏଲ ୨୦୨୩ର ଫାଇନାଲରେ ପହଞ୍ଚିଛି। ଆସନ୍ତା ୨୮ ତାରିଖ ରବିବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ ମୁକାବିଲା ପାଇଁ ସେମାନେ ଗୁଜୁରାଟ ଟାଇଟାନ୍ସକୁ ଭେଟିବେ। ଏହି ସମୟରେ, ସିଏସକେର ଷ୍ଟାର୍‌ ବୋଲର ଦୀପକ ଚହର ଏମଏସ ଧୋନିଙ୍କ ବିଷୟରେ ଏପରି ଖୁଲାସା କରିଛନ୍ତି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ।

ଦୀପକ ଚହର ଆଇପିଏଲ୍ ୨୦୨୧ସମୟରେ ଏକ ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇ ଏକ ମଜାଳିଆ କାହାଣୀ ବର୍ଣ୍ଣନା କରିଛନ୍ତି। ସେତେବେଳେ ଧୋନି ତାଙ୍କ ପ୍ରେମିକାଙ୍କୁ ‘ପ୍ରପୋଜ୍‌’ କରିବାକୁ ପରାମର୍ଶ ଦେଇଥିଲେ। ଚହର ସୋ’ରେ ଲୋକପ୍ରିୟ ଆଙ୍କର୍ ଗୌରବ କପୁରଙ୍କ ସହ ବାର୍ତ୍ତାଳାପ ସମୟରେ ଏହି ବଡ ଖୁଲାସା କରିଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର୍‌ ଖେଳାଳି ଦୀପକ ଚହର ପ୍ରକାଶ କରିଛନ୍ତି ଯେ ଆଇପିଏଲ ୨୦୨୧ ଫାଇନାଲ ସମୟରେ ସେ ଏବେ ତାଙ୍କ ପତ୍ନୀ ବନି ସାରିଥିବା ଜୟାଙ୍କୁ ପ୍ରେମ ନିବେଦନ କରିବାର ଯୋଜନା କରିଥିଲେ। ସେହି ସମୟରେ ମାହି ତାଙ୍କୁ ଖେଳରେ ନିଜର ଧ୍ୟାନ ଅତୁଟ ରଖିବା ପାଇଁ ଫ୍ଲେଅଫ୍‌ ପୂର୍ବରୁ ‘ପ୍ରପୋଜ୍‌’ କରିବାକୁ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବର୍ଷା ହେତୁ ଟସ୍ ବିଳମ୍ବ ହୋଇଥିଲା। ଆଇପିଏଲ୍ ୨୦୨୩ର ଅନ୍ତିମ ମ୍ୟାଚ୍ ମଧ୍ୟ ଏହି ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ତେବେ ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ଏପରି କିଛି ଅପ୍ରୀତିକର ପରିସ୍ଥିତି ନଘଟୁ ବୋଲି ଦର୍ଶକ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe