ଜାତୀୟ ରାଇଫଲ ସୁଟରଙ୍କୁ ତାଲିମ ଦେଉଛନ୍ତି ଦୀପାଲି ଦେଶପାଣ୍ଡେ

ଜାତୀୟ ରାଇଫଲ ସୁଟରଙ୍କୁ ତାଲିମ ଦେଉଛନ୍ତି ଦୀପାଲି ଦେଶପାଣ୍ଡେ

ଭୁବନେଶ୍ବର: ଆଗାମୀ ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତା ପାଇଁ ମନୋନୀତ ରାଇଫଲ ସୁଟରଙ୍କ ନିମନ୍ତେ ଓଡ଼ିଶା ରାଇଫଲ ସଂଘ ଦ୍ୱାରା ଚାଲିଥିବା ୮ ଦିନିଆ ପ୍ରଶିକ୍ଷଣ ଶିବିର ଆସନ୍ତା ୧୦ ତାରିଖରେ ଶେଷ ହେବ। ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ଆୟୋଜିତ ଏହି ଶିବିରରେ ଆନ୍ତର୍ଜାତିକ ପଦକ ବିଜେତା ଓ ଅଲମ୍ପିକ ସୁଟର ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ମହାରାଷ୍ଟ୍ରର ଜାତୀୟ ପ୍ରଶିକ୍ଷକ ଦୀପାଲି ଦେଶପାଣ୍ଡେ ପ୍ରଶିକ୍ଷଣ ଦେଉଛନ୍ତି। ଓଡ଼ିଶାର ଖ୍ୟାତନାମା ସୁଟର ତଥା ଜାତୀୟ ବିଜେତା ଶ୍ରୀୟଙ୍କା ଷଡଙ୍ଗୀଙ୍କର ମଧ୍ୟ ପ୍ରଶିକ୍ଷକ ରହିଛନ୍ତି।

ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ରାଇଫଲ ସୁଟରମାନେ ଆଗାମୀ ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ରାଜ୍ୟ ରାଇଫଲ ସଂଘ ପୃଷ୍ଠପୋଷକ ତଥା ଜାତୀୟ ରାଇଫଲ ସଂଘର ବରିଷ୍ଠ ଉପସଭାପତି କଳିକେଶ ନାରାୟଣ ସିଂହଦେଓ ଆଶାବ୍ୟକ୍ତ କରିଛନ୍ତି। ଆଗାମୀ ଭବିଷ୍ୟତରେ ଏଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଓଡ଼ିଶା ସୁଟରମାନଙ୍କର ଯୋଗ୍ୟତା ବଢ଼ାଯିବ ବୋଲି ରାଇଫଲ ସଂଘର ସଭାପତି ଅନଙ୍ଗ ଉଦୟ ସିଂହଦେଓ ଏବଂ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ ରାଜ୍ୟ କରାଟେ ସଂଘ ୮୦ ଜଣଙ୍କୁ ନେଇ ଆସନ୍ତାକାଲି ଏକ ରେଫରି ସେମିନାର ଓ ପରୀକ୍ଷା ପରିଚାଳନା କରିବ। ଭାରତର ମୁଖ୍ୟ ରେଫରି ହା‌ନ୍‌ସୀ ପ୍ରେମଜିତ୍‌ ସେନ୍‌ ଏହାକୁ ପରିଚାଳନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe