ଅଲିମ୍ପିକ୍ସ : କ୍ବାର୍ଟର ଫାଇନାଲରେ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ହାରିଲେ ଦୀପିକା କୁମାରୀ

Advertisment
ଅଲିମ୍ପିକ୍ସ : କ୍ବାର୍ଟର ଫାଇନାଲରେ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ହାରିଲେ ଦୀପିକା କୁମାରୀ

ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସରେ ପୁଣି ଥରେ ନିରାଶ ହୋଇଛି ଭାରତ । ତୀରନ୍ଦାଜୀ ଇଭେଣ୍ଟର କ୍ବାର୍ଟର ଫାଇନାଲରେ ଭାରତର ଦୀପିକା କୁମାରୀ ପରାଜିତ ହୋଇ ପଦକ ଦୌଡ଼ରୁ ବାହାରି ଯାଇଛନ୍ତି । ସେ ଦକ୍ଷିଣ କୋରିଆର ସୁ ୟୋ ନେମଙ୍କଠାରୁ ୬-୪ରେ ପରାଜିତ ହୋଇଛନ୍ତି । ଏହି ବିଜୟ ସହ ସୁ ୟୋ ନେମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ଏହି କ୍ବାର୍ଟରଫାଇନାଲରେ ଆରମ୍ଭରୁ ଦୀପିକା ଆଗୁଆ ରହିଥିଲେ ମଧ୍ୟ ପରେ ସୁ ୟୋ ନେମ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ଜିତିନେଇଥିଲେ । ଦୀପିକା କୁମାରୀ ସେଟ୍ କୁ ସେ ୨୮-୨୬ରେ ଜିତିନେଇଥିଲେ। ଦ୍ବିତୀୟ ସେଟ୍ ରେ କୋରିଆର ଏହି ଖେଳାଳି ପ୍ରତ୍ୟାବର୍ତ୍ତନ କରି ୨୮-୨୫ରେ ବିଜୟୀ ହୋଇଥିଲେ। ସେହିପରି ୩ୟ ସେଟରେ ସୁ ୟୋ ୨୭-୨୯ରେ ବିଜୟୀ ହୋଇଥିଲେ ।

ଏହା ପୂର୍ବରୁ ଦୀପିକା କୁମାରୀଙ୍କୁ ପ୍ରି-କ୍ୱାର୍ଟର ଫାଇନାଲରେ ପଞ୍ଚମ ମାନ୍ୟତାପ୍ରାପ୍ତ କ୍ରୋପେନଙ୍କୁ ପରାସ୍ତ କରିବାରେ ବିଶେଷ ଅସୁବିଧା ହୋଇନଥିଲା। ଦୀପିକା ଚତୁର୍ଥ ଅଲିମ୍ପିକ୍ସ ଖେଳୁଛନ୍ତି। ତଥାପି ସେ ଅଲିମ୍ପିକ୍ସ ପଦକକୁ ଅପେକ୍ଷା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ସେ ଏହାକୁ ସ୍ମରଣୀୟ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe