Navjeevan Express
ଭୁବନେଶ୍ୱର : ଭୋଡାଫୋନ୍ ଆଇଡିଆ ଲିମିଟେଡ୍ର ବ୍ରାଣ୍ଡ୍ ୱି ପକ୍ଷରୁ ଅନଲାଇନ୍ ଗେମିଂ ଅଭିଯାନ ‘ଦେଖୋ ଭି, ଖେଲୋ ଭି, ଜିତୋ ଭି’ ର ଶୁଭାରମ୍ଭ ହୋଇଛି। ଭିଭୋ ଆଇପିଏଲ୍ ୨୦୨୧ର ଆସୋସିଏଟ୍ ପାର୍ଟନର ଭାବେ ଅନୁବନ୍ଧିତ ହୋଇଥିବା ୱି ପକ୍ଷରୁ ସ୍ୱତନ୍ତ୍ର ପୁରସ୍କାର ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଏଥିରେ ଆଇପିଏଲ୍ ମ୍ୟାଚ୍ ଚାଲିଥିବା ସମୟରେ ଗ୍ରାହକମାନେ ଏକାକୀ କିମ୍ବା ସାଥୀମାନଙ୍କ ସହ ମେ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୬୦ଟି ମ୍ୟାଚ୍ ପାଇଁ ଖେଳିପାରିବେ ଏବଂ ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ୱି ଦେଖୋ ଭି, ଖେଲୋ ଭି, ଜିତୋ ଭି ଅଭିଯାନ ୨୦୨୧ ଏପ୍ରିଲ୍ ୯ରୁ ଆରମ୍ଭ କରାଯାଇଛି। ଏହି ଅବସରରେ ଦୈନିକ ପୁରସ୍କାର ସମେତ ବମ୍ପର ପୁରସ୍କାର ମଧ୍ୟ ଜିତିହେବ।
ୱି ପକ୍ଷରୁ ଡିଜ୍ନି+ ହଟ୍ଷ୍ଟାର୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି ଯାହା ଜରିଆରେ କଂପାନିର ଗ୍ରାହକମାନେ ନିଜ ମୋବାଇଲ୍ ଫୋନ୍ରେ ଯେକୌଣସି ସ୍ଥାନରେ ଆଇପିଏଲ୍ ମ୍ୟାଚ୍ ଦେଖିପାରିବେ। ଦେଖୋ ଭି, ଖେଲୋ ଭି, ଜିତୋ ଭି ଅଭିଯାନ ପାଇଁ ୱିର ସମସ୍ତ ପ୍ରିପେଡ୍ ଓ ପୋଷ୍ଟ୍ପେଡ୍ ଗ୍ରାହକ ପଞ୍ଜୀକରଣ କରିପାରିବେ। ଏଥିପାଇଁ ୱି ଆପ୍ରେ ଥରେ ମାତ୍ର ପଞ୍ଜୀକରଣ କରିବାକୁ ପଡ଼ିବ। ଏଥିରେ ଚାରିଟି ସ୍ତର ରହିଛି । ତାହା ହେଉଛି ପ୍ରି ମ୍ୟାଚ୍, ପ୍ଲେ ଏଲଙ୍ଗ୍, ଷ୍ଟ୍ରାଟେଜିକ୍ ଟାଇମ୍ ଆଉଟ୍ ଓ ପାୱାର ପ୍ଲେ। କିଏ ଟସ୍ ଜିତିବ, ମ୍ୟାଚ୍ ଜିତିବ, ପରବର୍ତୀ ଓଭରରେ କେତେ ରନ୍ ହେବ ଆଦିର ମଧ୍ୟ ଆକଳନ କରିହେବ। ପ୍ରତିଦିନର ବିଜେତାଙ୍କ ନାମ ଘୋଷଣା କରାଯିବ। ଗ୍ରାହକମାନେ ଯେତେ ଥର ଚାହିବେ ଜିତିପାରିବେ। ଗ୍ରାହକମାନେ ନିଜର ସ୍ଥିତିକୁ ହ୍ୱାଟସ୍ଆପ୍, ଫେସବୁକ୍, ଟ୍ୱିଟର୍ ଓ ଇନଷ୍ଟାଗ୍ରାମ୍ରେ ମଧ୍ୟ ସେୟାର କରିପାରିବେ।
ଏହି ଅଭିଯାନରେ ବମ୍ପର ପୁରସ୍କାର ଭାବେ ରହିଛି ଫୋନ୍, ବାଇକ୍, କାର୍, ଲାପଟପ୍ ଓ ସ୍କୁଟର ଇତ୍ୟାଦି। ଦୈନିକ ପୁରସ୍କାର ଭାବେ ଗ୍ରାହକମାନେ ମିନ୍ତ୍ରା, ଫ୍ଲିପ୍କାର୍ଟ, ଲେନ୍ସକାର୍ଟ, ପୁମା, ଫାସୁସ୍, କ୍ୟୁରଫିଟ୍, ଜୋମାଟୋ, ଗ୍ରୋଫରସ୍, ଗୋଆଇବିବୋ ଆଦିରେ ପଏଣ୍ଟ ରିଡିମ୍ କରିପାରିବେ। ଆଇପିଏଲ୍ ମ୍ୟାଚ୍ରେ ବିରତି ସମୟରେ ଗ୍ରାହକମାନେ ଫ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରତିଯୋଗିତା ଖେଳିପାରିବେ। ଏଥିରେ ୨୦ଟି ପ୍ରଶ୍ନ ରହିବ। ଯେଉଁମାନେ ସଠିକ୍ ଉତ୍ତର ଦେବେ ସେମାନଙ୍କୁ ପ୍ରତି ବିଜ୍ଞାପନ ବିରତି ବେଳେ ଭାଉଚର୍ ମିଳିବ। ପ୍ରତି ମ୍ୟାଚ୍ ଶେଷରେ ଆଇଫୋନ୍ ଜିତିବା ସୁଯୋଗ ରହିବ। ପ୍ରତିଯୋଗିତା ଶେଷରେ ବମ୍ପର ପୁରସ୍କାର ପ୍ରଦାନ କରାଯିବ।
Follow Us