ସେହବାଗ, ସଚିନଙ୍କୁ ଟପିଲେ ଡି’କକ୍

ସେହବାଗ, ସଚିନଙ୍କୁ ଟପିଲେ ଡି’କକ୍

କେପଟାଉନ୍: ଭାରତ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ଦକ୍ଷିଣ ଆଫ୍ରିକାର ଯୁବ ୱିକେଟ୍ ରକ୍ଷକ କ୍ବିଣ୍ଟନ୍ ଡି’ କକ୍ ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ସର୍ବାଧିକ ଶତକ ହାସଲ କରିବାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୫ ଶତକ)ଙ୍କୁ ଡି’କକ୍ (୬ ଶତକ) ଟପିଯାଇଥିଲା ବେଳେ ନିଜ ଦେଶର ଏବି ଡି’ଭିଲିୟର୍ସ (୬ ଶତକ)ଙ୍କ ସହ ସମକକ୍ଷ ହୋଇଛନ୍ତି। ପୁଣି ଦିନିକିଆ କ୍ରିକେଟ୍‌‌ରେ ଭାରତ ବିପକ୍ଷରେ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏବଂ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କ ସମକକ୍ଷ ହୋଇଛନ୍ତି ଡି’କକ୍। ଏହି ତିନିଜଣ ଯାକ ଏକଦିବସୀୟ କ୍ରିକେଟ୍‌ରେ ଭାରତ ବିପକ୍ଷରେ ୬ଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି।

ବ୍ୟକ୍ତିଗତ ଭାବେ ଦିନିକିଆ କ୍ରିକେଟ୍‌ରେ ଡି’ କକ୍‌ଙ୍କର ଏହା ସପ୍ତଦଶ ଶତକ ଥିଲା। ୱିକେଟ୍ ରକ୍ଷକ ଭାବେ ସର୍ବାଧିକ ଦିନିକିଆ ଶତକ ହାସଲ କରିବାରେ ଆଦାମ ଗିଲକ୍ରିଷ୍ଟ (୧୬ ଶତକ)ଙ୍କୁ ଟପିଥିବା ଡି’କକ୍ ଏବେ ସାଙ୍ଗାକାରା (୨୩ ଶତକ)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେ ମଧ୍ୟ କୌଣସି ଗୋଟିଏ ପ୍ରତିପକ୍ଷ ବିପକ୍ଷରେ ୬ ଶତକ ହାସଲ କରିବାରେ ଦ୍ରୁତତମ ହୋଇଛନ୍ତି। ଏହି କ୍ରମରେ ସେ ଭାରତର ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହବାଗଙ୍କୁ ଟପିଛନ୍ତି। ଭାରତ ବିପକ୍ଷରେ ମାତ୍ର ୧୬ ପାଳି ଖେଳି ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ସେହବାଗ ନ୍ୟୁଜିଲାଣ୍ଡ ବିପକ୍ଷରେ ୬ ଶତକ ଅର୍ଜନ କରିବା ପାଇଁ ୨୩ ପାଳି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe