ଆଇପିଏଲ୍‌ କ୍ୱାଲିଫାୟର-୨: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ଟସ୍‌ ଜିଣି ଦିଲ୍ଲୀ କ୍ୟାପିଟାଲ୍‌ସର ବ୍ୟାଟିଂ ନିଷ୍ପତ୍ତି

Advertisment
ଆଇପିଏଲ୍‌ କ୍ୱାଲିଫାୟର-୨: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ଟସ୍‌ ଜିଣି ଦିଲ୍ଲୀ କ୍ୟାପିଟାଲ୍‌ସର ବ୍ୟାଟିଂ ନିଷ୍ପତ୍ତି

Photo: Cricbuzz

ଆବୁଧାବି: ଆସନ୍ତା ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍‌ସ ସହିତ କିଏ ଫାଇନାଲ୍‌ ଖେଳିବ ଆଜି ନିର୍ଧାରିତ ହେବ। ଆଇପିଏଲ୍‌-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍‌ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁକାବିଲା ହୋଇଛି। ଆବୁଧାବିର ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପାଇଁ ଟସ୍‌ ପଡ଼ିଛି। ଦିଲ୍ଲୀ ଟିମ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ବିଜେତା ଦଳ ହିଁ ୪ ଥର ବିଜେତା ମୁମ୍ବାଇ ସହ ଟ୍ରଫି ଟକ୍କରରେ ଅବତୀର୍ଣ୍ଣ ହେବ।

publive-image File photo

ଆଜି ଦର୍ଶକମାନେ ଦୁଇ ବିପରୀତ ମୁଖି ଦଳର ମୁକାବିଲା ଦେଖିବେ। ସନ୍‌ରାଇଜର୍ସ ହାଇଦ୍ରାବାଦ ଲଗାତାର ୪ ବିଜୟ ସହ ଲୟରେ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିଜ ଶେଷ ୬ ମୁକାବିଲାରୁ ୫ ହାରିଛି। ପ୍ରଥମାର୍ଧରେ ଅସ୍ଥିର ପ୍ରଦର୍ଶନ ଦେଇଥିବା ହାଇଦ୍ରାବାଦର ଗଚ୍ଛିତ ସମ୍ପଦକୁ ଡେଭିଡ୍‌ ୱାର୍ନର ଭଲ ଉପଯୋଗ କରି ଆଗକୁ ବିଛନ୍ତି।

ଅନ୍ୟପକ୍ଷରେ ରିକି ପଣ୍ଟିଂଙ୍କ ମାର୍ଗଦର୍ଶନରେ ଚାଲିଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମାର୍ଧରେ ଭଲ ଖେଳି ଅଧିକାଂଶ ସମୟ ଶୀର୍ଷରେ ରହିଥିଲେ ମଧ୍ୟ ଦ୍ଵିତୀୟାର୍ଧ ବେଳକୁ ଦମ୍‌ ହରାଇ ଦେଇଥିଲା। ଯୋଗ୍ୟତା ଅର୍ଜନ କରିବା ଲାଗି ଦଳକୁ ମଧ୍ୟ ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ବିଜୟ ଆବଶ୍ୟକ କରିଥିଲା। ଶ୍ରେୟସ ଆୟରଙ୍କ ଦଳ ଯଦି ରବିବାର ମୁକାବିଲା ଜିତିବ ତେବେ ପ୍ରଥମ ଥର ପାଇଁ ଫାଇନାଲ୍‌ ଖେଳିବାର ସୌଭାଗ୍ୟ ପାଇବ। ହାଇଦ୍ରାବାଦ କିନ୍ତୁ ନିଜ ୨୦୧୬ ବିଜେତା ଟ୍ରଫି ସହ ଆଉ ଏକ ସଂଯୋଗ କରିବା ଲକ୍ଷ୍ୟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe