ଆୟରଙ୍କ ଟିପ୍ପଣୀକୁ ନେଇ ଗାଙ୍ଗୁଲି ଅଡ଼ୁଆରେ

Advertisment
ଏବେ ଗାଙ୍ଗୁଲିଙ୍କ ହୃତ୍‌ପିଣ୍ଡ ୨୦ ବର୍ଷୀୟ ଯୁବକଙ୍କ ଭଳି ଶକ୍ତିଶାଳୀ: ଡାକ୍ତର

NDTV Sports

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟରଙ୍କ ଏକ ଟିପ୍ପଣୀ ପାଇଁ ବିସିସିଆଇ ସଭାପତି ତଥା ପୂବର୍ତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଅଡ଼ୁଆରେ ପଡ଼ିଯାଇଛନ୍ତି। ପୂର୍ବରୁ ଗାଙ୍ଗୁଲିଙ୍କ ନାମରେ ଆସିଥିବା ଦ୍ବୈତସ୍ବାର୍ଥ ପ୍ରସଙ୍ଗ ପୁଣି ମୁଣ୍ଡ ଟେକିଛି। ରବିବାର ରାତିରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଆଇପିଏଲ୍‌ ପ୍ରସାରଣ ସଂସ୍ଥାର ଭାଷ୍ୟକାର ସାଇମନ୍ ଡଲଙ୍କୁ ଆୟର କହୁ କହୁ କହି ଦେଇଥିଲେ, ‘ରିକି ପଣ୍ଟିଂ ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି ମାର୍ଗଦର୍ଶକ ପାଇଥିବାରୁ ମୁଁ ବାସ୍ତବରେ ଭାଗ୍ୟବାନ। ସେମାନେ ପାଖରେ ଥିବାରୁ ମୋ କାମ ସହଜ ହୋଇଯାଇଛି’। ଆୟରଙ୍କ ଏହି ଟିପ୍ପଣୀ ଅନ୍ୟ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଙ୍କ ପାଇଁ ପ୍ରଶ୍ନ ଉଠାଇବାର ସୁଯୋଗ ଦେଇଛି।

ଏହା ଦ୍ବାରା ଗାଙ୍ଗୁଲି ପରୋକ୍ଷରେ ଆୟର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପଛରେ ରହିଛନ୍ତି ବୋଲି ସୂଚନା ମିଳିଥିଲା। ଅବଶ୍ୟ ଗତବର୍ଷ ପର୍ଯ୍ୟନ୍ତ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମାର୍ଗଦର୍ଶକ ଥିଲେ। କିନ୍ତୁ ଆୟର ଚଳିତ ବର୍ଷ ଗାଙ୍ଗୁଲିଙ୍କ ସମର୍ଥନ ପାଇଥିବା କହିଥିବାରୁ ଫ୍ରାଞ୍ଚାଇଜ୍ ମାଲିକ ଓ ଅନ୍ୟ ବିସିସିଆଇ ସଦସ୍ୟଙ୍କ ପାଇଁ ଏହା ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଗାଙ୍ଗୁଲି ଜେଏସ୍‌ଡବୁଲ୍ୟ ସିମେଣ୍ଟ୍‌ ଗ୍ରୁପ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର୍‌ ଥିବା ବେଳେ ଏହି କମ୍ପାନି ଦିଲ୍ଲୀ କ୍ୟାପିଟାଲ୍ସର ୫୦ ପ୍ରତିଶତ ଅଂଶଧନ ମଧ୍ୟ ରଖିଛି। ଏହାକୁ ନେଇ ଅତୀତରେ ଗାଙ୍ଗୁଲିଙ୍କ ନାମରେ ଦୈତସ୍ବାର୍ଥ ମାମଲା ଆସିବାରୁ ସେ ଓହରି ଯାଇଛନ୍ତି। ତେବେ ଫାଣ୍ଡାସି ସ୍ପୋର୍ଟସ ପ୍ଲାଟଫର୍ମ ମାଇଁସର୍କଲ୧୧ ଏବଂ ଇ-ଲର୍ଣ୍ଣିଂ ଷ୍ଟାର୍ଟ ଅପ୍‌ ଅନଏକାଡେମି ସହିତ ଗାଙ୍ଗୁଲିଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଆଇପିଏଲ୍‌ ଅବସରରେ ମାଇଁସର୍କଲ୧୧ ପାଇଁ ଗାଙ୍ଗୁଲି ମଧ୍ୟ ବ୍ୟବସାୟିକ ବିଜ୍ଞାପନରେ ସାମିଲ ରହୁଛନ୍ତି। ସେହିଭଳି ଭାରତୀୟ ଦଳର ଜର୍ସି ପ୍ରାୟୋଜକ ବାଉଜୁସ୍‌ର ସିଧାସଳଖ ପ୍ରତିଦ୍ବନ୍ଦ୍ବୀ ଡ୍ରିମ୍୧୧ ଏବେ ଆଇପିଏଲ୍‌ର ଟାଇଟଲ ପ୍ରାୟୋଜକ ହୋଇଛି। ଭାରତୀୟ ଦଳର ପ୍ରାୟୋଜକ ଅମ୍ବୁଜା ସିମେଣ୍ଟ୍‌ ମଧ୍ୟ ଜେଏସ୍‌ଡବ୍ଲ୍ୟ ସିମେଣ୍ଟ୍‌ର ପ୍ରତିଦ୍ବନ୍ଦ୍ବୀ। ଏହାକୁ ନେଇ ଜେଏସ୍‌ଡବ୍ଲ୍ୟ ମଧ୍ୟ ବିସିସିଆଇ ନୈତିକ ଅଧିକାରୀଙ୍କ ନିକଟରେ ଦୈତ ସ୍ବାର୍ଥ ଅଭିଯୋଗ ଦାଏର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe