ଆଇପିଏଲ୍‌-୧୩: ହାଇଦ୍ରାବାଦକୁ ୧୭ ରନ୍‌ରେ ପରାସ୍ତ କରି ଫାଇନାଲକୁ ଗଲା ଦିଲ୍ଲୀ କ୍ୟାପିଟାଲ୍‌ସ

Advertisment
ଆଇପିଏଲ୍‌-୧୩: ହାଇଦ୍ରାବାଦକୁ ୧୭ ରନ୍‌ରେ ପରାସ୍ତ କରି ଫାଇନାଲକୁ ଗଲା ଦିଲ୍ଲୀ କ୍ୟାପିଟାଲ୍‌ସ

Sportstar - The Hindu

ଆବୁଧାବି: ଆଇପିଏଲ୍‌-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍‌ସ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୭ ରନ୍‌ରେ ପରାସ୍ତ କରିଛି । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୯୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୨ ରନ୍‌ କରି ପରାଜୟ ବରଣ କରିଛି । ଫଳରେ ଚଳିତ ସିଜିନରେ ଦିଲ୍ଲୀ ୨ୟ ଦଳ ଭାବେ ଫାଇନାଲକୁ ଯାଇଛି । ହାଇଦ୍ରାବାଦ ପକ୍ଷରୁ ପ୍ରଥମରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଡେଭିଡ ୱାର୍ଣ୍ଣର ମାତ୍ର ୨ରନ୍‌ କରି ଆଉଟ ହୋଇଥିବା ବେଳେ ପ୍ରିୟମ୍ ଗର୍ଗ ୧୭ ରନ୍‌ କରି ଆଉଟ ହୋଇଥିଲେ । ସେହିପରି ମନୀଷ ପାଣ୍ଡେ ୧୪ ବଲ ଖେଳି  ମାତ୍ର ୨୧ ରନ୍‌ କରି ପାଭିଲିୟନକୁ ଫେରିଥିଲେ । କିନ୍ତୁ ହାଇଦ୍ରାବାଦ୍ ପକ୍ଷରୁ କେନ୍ ୱିଲିୟମସନ୍‌‌ ଓ ଅବଦୁଲ ସମଦଙ୍କ  ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା ।  ୱିଲିୟମସନ୍ ୪୫ ବଲ ଖେଳି ୬୭ ରନ୍‌ କରିଥିବା ବେଳେ ସମଦ ମାତ୍ର ୧୬ ବଲ ଖେଳି ୩୩ ରନ୍‌ କରିଥିଲେ । ହେଲେ ଦଳକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ ।

ଅନ୍ୟପଟେ ଦିଲ୍ଳୀ ପକ୍ଷରୁ ଦମ୍‌ଦାର ବୋଲିଂ ଦେଖିବାକୁ ମିଳିଥିଲା କାଗିସୋ ରାବାଡା ୪ଟି ୱିକେଟ ଓ ମାର୍କସ୍ ଷ୍ଟୋଇନିସ୍ ୩ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଥିଲେ ।  ଏହି ବିଜୟ ସହ ଚଳିତ ସିଜିନରେ ଦିଲ୍ଲୀ ୨ୟ ଦଳ ଭାବେ ଫାଇନାଲକୁ ଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ଦିନ ମୁମ୍ବାଇ ଇଣ୍ଡିଆନ୍ସକୁ ଫାଇନାଲରେ ଭେଟିବ ।

publive-image Photo: IPL Twitter

ପୂର୍ବରୁ ଦିଲ୍ଲୀ ଟିମ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀର ଇନିଂସ୍‌ ଆରମ୍ଭ କରିଥିଲେ ମାର୍କସ ଷ୍ଟୋଇନିସ୍‌ ଓ ଶିଖର ଧଓ୍ଵନ୍‌। ଉଭୟ ଓପନ୍‌ର ପ୍ରଥମ ଓ୍ଵିକେଟ୍‌ରେ ୮୬ ରନ୍‌ ସଂଗ୍ରହ କରିଥିଲେ। ମାର୍କସ୍‌ ଷ୍ଟୋଇନିସ୍‌ ୨୭ଟି ବଲ ଖେଳି ୩୮ ରନ୍‌ ଯୋଡ଼ିଥିଲେ। ଏଥିରେ ୫ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଦଳର ସ୍କୋର ୧୨୬ ଥିବା ସମୟରେ ହାଇଦ୍ରାବାଦ୍‌ର ୩ୟ ଶିକାର ହୋଇଥିଲେ ଧଓ୍ଵନ୍‌। ଦିଲ୍ଲୀ ଟିମ୍‌ ୨ୟ ଓ୍ଵିକେଟ୍‌ ଭାବେ ଅଧିନାୟକ ଶ୍ରେୟସ ଆୟର (୨୧ ରନ୍‌, ୨୦ ବଲ୍‌, ଗୋଟିଏ ଚୌକା)ଙ୍କୁ ହରାଇଥିଲା। ଶିଖର ଧଓ୍ଵନ୍‌ ୫୦ଟି ବଲ ଖେଳି ଟିମ୍‌ ପାଇଁ ୭୮ ରନ୍‌ ଯୋଡ଼ିଥିଲେ। ଏଥିରେ ୬ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଧଓ୍ଵନ୍‌ ଆଉଟ୍‌ ହେବା ବେଳକୁ ସ୍କୋର ୧୭୮ ରନ୍‌ ହୋଇସାରିଥିଲା।

ଦିଲ୍ଲୀର ଅନ୍ୟତମ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ସିମରନ୍‌ ହେଟମେୟର ଅପରାଜିତ ୪୨ ରନ୍‌ ସଂଗ୍ରହ କରିଥିଲେ। ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଋଷଭ ପନ୍ତ ଅପରାଜିତ ୨ ରନ୍‌ କରିଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୧୮୯ ରନ୍‌ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe