ଦିଲ୍ଲୀ ହର୍ସ ସୋ’: ରିଶିତାଙ୍କୁ ରୌପ୍ୟ

Advertisment
ଦିଲ୍ଲୀ ହର୍ସ ସୋ’: ରିଶିତାଙ୍କୁ ରୌପ୍ୟ

ଭୁବନେଶ୍ବର: ଓଡ଼ିଆ ଝିଅ ରିଶିତା ସାମନ୍ତରାୟ ଓଡ଼ିଶା କ୍ରୀଡ଼ା ଇତିହାସରେ ନିଜ ବିରଳ ସଫଳତା ଧାରାକୁ ଆଗକୁ ନେଇଛନ୍ତି। ଆହ୍ବାନଭରା ଖେଳ ଅଶ୍ବଚାଳନାରେ ଗତ ସପ୍ତାହରେ ଏକ ଜାତୀୟ ସ୍ତରର ପ୍ରତିଯୋଗିତାରୁ କାଂସ୍ୟ ପଦକ ଜିତିଥିବା ବେଳେ ଶୁକ୍ରବାର ଏଥିରେ ରୌପ୍ୟ ପଦକ ଯୋଡ଼ିଛନ୍ତି। ଦିଲ୍ଲୀ ହର୍ସ ସୋ’ରେ ୧୨ ବର୍ଷୀୟା ରିଶିତା ଭୋଲଟେୟାର୍‌ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି। କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ପଢ଼ୁଥିବା ରିଶିତା ହେଉଛନ୍ତି ଆର୍ମି କର୍ଣ୍ଣେଲ୍‌ ଆଶିଷ ସାମନ୍ତରାୟ ଓ ‌ରୋହିନୀ ସିଂହ ଦେଓଙ୍କ କନ୍ୟା। ମାତ୍ର ୧୦ ବର୍ଷ ବୟସ ବେଳେ ରିଶିତା ପିତାଙ୍କ ଅଶ୍ବଚାଳନା ଦେଖି ପ୍ରେରଣା ପାଇଥିଲେ। ତାଙ୍କ ପିତା ଆଶିଷ ଆର୍ମିରେ ଜଣେ ପ୍ରମୁଖ ରାଇଡର ଭାବେ ପୋଲୋ ଖେଳିଥା’ନ୍ତି। ଅଶ୍ବଚାଳନାରେ ପ୍ରଭାବିତ ହେବା ପରେ ନାସିକ, ଜୟପୁର, ଦିଲ୍ଲୀରେ ରିଶିତା ମଧ୍ୟ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ ନିଜକୁ ଶାଣିତ କରିଛନ୍ତି। ନିଜକୁ ଜଣେ ପ୍ରମୁଖ ରାଇଡର୍ ଭାବେ ପ୍ରତିଷ୍ଠିତ କରି ଏସୀୟ କ୍ରୀଡ଼ା ଓ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିବାକୁ ରିଶିତା ସ୍ବପ୍ନ ଦେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe