ଦିଲ୍ଲୀ ୩୩୫ ରନ୍‌ରେ ଆଗୁଆ: କୁଚ୍‌ବେହାର ଟ୍ରଫି

Advertisment
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଅଭିଷେକ ଓଡ଼ିଶା ଅଧିନାୟକ: ଆଶୀର୍ବାଦ, ଓମ୍‌, ସୁଶୀଲ ଓ ମୁସ୍ତାକ ନୂଆ ମୁହଁ

କଟକ: ଓଡ଼ିଶା ଓ ଦିଲ୍ଲୀ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫି ମୁକାବିଲା ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ତୃତୀୟ ଦିନ ଶେଷ ସୁଦ୍ଧା ଦିଲ୍ଲୀ ୩୧୬ ରନ୍‌ କରିବା ସହ ୩୩୫ ରନ୍‌ରେ ଆଗୁଆ ଥିବା ବେଳେ ହାତରେ ଆଉ ଦୁଇଟି ଓ୍ଵିକେଟ୍‌ ବାକି ରହିଛି। ତେଣୁ ଶେଷ ଦିନରେ ଯଦି ଓଡ଼ିଶାକୁ ବ୍ୟାଟିଂ କରିବାକୁ ପଡ଼େ, ତାହେଲେ ଘରୋଇ ଦଳର ଦୁର୍ବଳ ବ୍ୟାଟିଂ କ୍ରମ, ପ୍ରତିଯୋଗିତାର ଶ୍ରେଷ୍ଠ ବୋଲିଂ ଆକ୍ରମଣକୁ ସାମ୍ନା କରିବା କଷ୍ଟକର ହେବ। ତେଣୁ ଓଡ଼ିଶା ପରାଜୟ ଏଡାଇ ୧ ପଏଣ୍ଟ୍‌ ସୁରକ୍ଷିତ କରିବାକୁ ଚାହିଁବ। ତୃତୀୟ ଦିନ ପ୍ରଥମରୁ ଓଡ଼ିଶା ବୋଲରଙ୍କୁ ଦିଲ୍ଲୀ ବ୍ୟାଟ୍ସମ୍ୟାନ ନିରାଶ କରିଥିଲେ। ଯଦିଓ ଶିବାଶିଷ ସାହୁ ପ୍ରଥମ ସଫଳତା ଦେଇଥିଲେ, ତେବେ ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ଦିଲ୍ଲୀ ଆଉ ଓ୍ଵିକେଟ୍‌ ହରାଇନଥିଲା। ୧୯୬ ରନ୍‌ରେ ଦିଲ୍ଲୀର ଦ୍ୱିତୀୟ ଓ୍ଵିକେଟ୍‌ ଖସିବା ପରେ ନିୟମିତ ହାରରେ ଓ୍ଵିକେଟ ବାହାରୁଥିଲା। ଅନୁଜ ରାଓ୍ଵତ ୬୯, ସନତ ସାଙ୍ଗଓ୍ଵନ୍‌ ୭୩, ପ୍ରିୟାଂଶ ଆର୍ଯ୍ୟ ୪୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଫଳରେ ଦିଲ୍ଲୀ ଧିମା ଖେଳିବାକୁ ବାଧ୍ୟ ହୋଇଥିଲା। ଏଥିମଧ୍ୟରେ ବୈଭବ କନ୍ଦପାଲ ମଧ୍ୟ (୫୩ ରନ୍‌) ଅର୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଯାଇଥିଲେ। ଦିନର ଶେଷ ଅର୍ଧରେ ନୂଆ ବଲ୍‌ ନିଆଯିବା ପରେ ଓଡ଼ିଶା ଶିବିରରେ ଉତ୍ସାହ ଦେଖାଯାଇଥିଲା। ନୂଆବଲ୍‌ରେ ଶିବାଶିଷ ସାହୁ ଓ ଅୟସକାନ୍ତ ସାହୁ ଦିନର ଶେଷ ତିନିଟି ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଏହି ପାଳିରେ ବର୍ତ୍ତମାନ ସୁଦ୍ଧା ଅୟସକାନ୍ତ ୩, ଶିବାଶିଷ ଓ କ୍ରିଷ୍ଣା ପଲାଇ ୨ ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଛନ୍ତି। ଦିଲ୍ଲୀ ପ୍ରଥମ ପାଳିରେ ୨୪୪ ରନ୍‌ କରିବା ପରେ ଓଡ଼ିଶା ପ୍ରଥମ ପାଳିକୁ ୨୨୫ ରନ୍‌ରେ ଅଟକାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe