ନୂଆଦିଲ୍ଲୀ: ଶନିବାର ଆଇଏସ୍ଏଲ୍ର ଅନ୍ୟଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ରେ ଦିଲ୍ଲୀ ଡାଇନାମସ୍ ୪-୩ ଗୋଲ୍ରେ ଏଟିକେକୁ ପରାସ୍ତ କରିଛି। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଏଟିକେ ଏକଦା ୩-୧ରେ ଆଗୁଆ ରହିଥିଲା। ତେବେ ଅଦ୍ଭୂତପୂର୍ବ ତଥା ଜବରଦସ୍ତ ପ୍ରତ୍ୟାବର୍ତନ ସହ ଦିଲ୍ଲୀ ଶେଷରେ ଗୋଟିଏ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ଆଇଏସଏଲ୍ ଇତିହାସର ଏହା ଅନ୍ୟତମ ସଫଳ ପ୍ରତ୍ୟାବର୍ତନ ଥିଲା। ଆଜିର ଏହି ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇରେ ଦିଲ୍ଲୀ ୨୩ ମିନିଟ୍ରେ କାଲୁ ଉଚେଙ୍କ ଗୋଲ୍ ବଳରେ ଆଗୁଆ ହୋଇ ଯାଇଥିଲା। ତେବେ ଏଟିକେ ଶିବନ ମାଥା (୩୭ ମିନିଟ୍) ଗୋଟିଏ ଓ ରବି କାନେ (୫୨, ୫୮)ଙ୍କ ଯୁଗଳ ଗୋଲ୍ ବଳରେ ୩-୧ରେ ଆଗୁଆ ହୋଇ ଯାଇଥିଲା। ହେଲେ ଉଚେ ୬୯ ମିନିଟରେ ଦେଇଥିବା ଗୋଲ ହିଁ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲା। ଦୁଇ ମିନିଟ୍ ପରେ ସେତ୍ୟାସେନ ସିଂହ (୭୧)ଙ୍କ ଗୋଲ୍ ବଳରେ ଦିଲ୍ଲୀ ସ୍ଥିତି ୩-୩ କରି ନେଇଥିଲା। ଏହା ପରେ ଶେଷ ମିନିଟ୍ରେ ଏହି ଦଳର ବିଦେଶୀ ତାରକା ମାତିଆସ୍ ମିରାନେ (୯୦ ମିନିଟ୍)ଙ୍କ ଗୋଲ୍ ବଳରେ ବିଜୟର ସ୍ୱାଦ ଚାଖିଥିଲା। ଉଭୟ ଦଳ ସେମି ଦୌଡ଼ରୁ ବାଦ ପଡ଼ି ସାରିଥିବାରୁ ପଏଣ୍ଟ୍ ତାଲିକାର ଶୀର୍ଷ ୪ ସ୍ଥାନରେ ଥିବା ଦଳରେ କୌଣସି ପରିବର୍ତନ ହୋଇ ନଥିଲା।
ଏଟିକେକୁ ହରାଇଲା ଦିଲ୍ଲୀ ଡାଇନାମସ୍
Advertisment
Follow Us