ରବିବାରର ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍‌ରେ ରିଲେ କ୍ୟାଚ୍‌ର ମଜା

Advertisment
ରବିବାରର ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍‌ରେ ରିଲେ କ୍ୟାଚ୍‌ର ମଜା

ରବିବାରର ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍‌ରେ ଦୁଇ ଥର ରିଲେ କ୍ୟାଚ୍‌ର ମଜା ନେଇଥିଲେ ଦର୍ଶକ। ସବୁଠାରୁ ବଡ଼ କଥା ହେଉଛି ସଂଯୋଗବଶତଃ ଉଭୟ ରିଲେ କ୍ୟାଚ୍‌ର ସଫଳ ଯୋଡ଼ି ଥିଲେ ଦିଲ୍ଲୀର ଦୁଇ ବିଦେଶୀ ଖେଳାଳି ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ ଏବଂ ଟ୍ରେଣ୍ଟ୍‌ ବୋଲ୍‌ଟ। ଦଶମ ଓଭର ପ୍ରଥମ ବଲ୍‌ରେ ନେପାଳି ସ୍ପିନ୍‌ର ଲମିଛାନେଙ୍କୁ ପୋଲାର୍ଡ ସୀମା ରେଖା ଉପରେ ମାରିବାକୁ ଚେଷ୍ଟା କରିଥିବା ବେଳେ ଲଙ୍ଗ୍‌ ଅନ୍‌ ଅଞ୍ଚଳରୁ ଦୌଡ଼ି ମ୍ୟାକ୍ସେଓ୍ଵଲ୍‌ କ୍ୟାଚ୍‌ ନେଇଥିଲେ ମଧ୍ୟ ନିୟନ୍ତ୍ରଣ ହରାଇବା ପୂର୍ବରୁ ବଲ୍‌କୁ ବୋଲ୍‌ଟଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଥିଲେ। ସେହିଭଳି ୧୪ତମ ଓଭରରେ ହର୍ଷଲ ପଟେଲଙ୍କୁ ଖେଳିଥିବା ରୋହିତ ଶର୍ମାଙ୍କୁ ମଧ୍ୟ ଏହି ଯୋଡ଼ି ସମାନ ଢଙ୍ଗରେ ପ୍ୟାଭିଲିଅନ୍‌ ପଠାଇ ଦେଇଥିଲେ। ରୋହିତଙ୍କ କ୍ୟାଚ୍‌ ବେଳେ ପ୍ରଶଂସକମାନେ କିଛି ସମୟ ପାଇଁ ରିପ୍ଲେ ଦେଖିବା ଭ୍ରମରେ ପଡ଼ିଥିଲେ। ଉଭୟ କ୍ୟାଚ୍‌ ମ୍ୟାକ୍ସେଓ୍ଵଲ୍‌ ନେଇଥିଲେ, ହେଲେ ଏହା ବୋଲ୍‌ଟ୍‌ଙ୍କ ଖାତାରେ ପଡ଼ିଥିଲା। ଏହି କାରଣରୁ ରୋହିତ ୧୩ ଓ ପୋଲାର୍ଡ ମାତ୍ର ୭ ରନ୍‌ କରି ପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe