ଲକ୍ଷ୍ନୌକୁ ହରାଇ ଦିଲ୍ଲୀ ଦ୍ବିତୀୟରେ ଦୃଢ଼

ଚଳିତ ଆଇପିଏଲ୍‌ର ୪୦ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ୮ ୱିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ପରାସ୍ତ କରିଛି। ଲକ୍ଷ୍ନୌ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଦିଲ୍ଲୀ ଏହାକୁ ୧୩ ବଲ୍‌ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଛି।

sddsxcxc

ଲକ୍ଷ୍ନୌ: ଚଳିତ ଆଇପିଏଲ୍‌ର ୪୦ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ୮ ୱିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ପରାସ୍ତ କରିଛି। ଲକ୍ଷ୍ନୌ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଦିଲ୍ଲୀ ଏହାକୁ ୧୩ ବଲ୍‌ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଛି। ଦିଲ୍ଲୀର ଏହି ଏକତରଫା ବିଜୟରେ ଯୁବ ଓପନର୍ ଅଭିଷେକ ପୋରେଲ, ୱିକେଟ୍‌ରକ୍ଷକ ବ୍ୟାଟର୍ କେଏଲ୍ ରାହୁଲ ଏବଂ ଅଧିନାୟକ ଅକ୍ଷର ପଟେଲ ପ୍ରମୁଖ ଭୂମିକା ତୁଲାଇଛନ୍ତି। ପ୍ରିନ୍ସ ଯାଦବଙ୍କୁ ଛକା ମାରି ଦିଲ୍ଲୀ ବିଜୟରେ ରାହୁଲ ମୁଣ୍ଡି ମାରିବା ସହ ଆଇପିଏଲ୍‌‌ରେ ୫,୦୦୦ ରନ୍ ପୂରଣ କରିବାର ରେକର୍ଡ କରିଥିଲେ। ସେହିଭଳି ଅଷ୍ଟମ ମ୍ୟାଚ୍‌ରୁ ଦିଲ୍ଲୀ ଷଷ୍ଠ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଲକ୍ଷ୍ନୌ ନବମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା। 

ଦିଲ୍ଲୀ ଟସ୍ ଜିତି ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଲକ୍ଷ୍ନୌ ପାଇଁ ଐଦେନ ମାରକ୍ରମ ଓ ମିଚେଲ ମାର୍ସ ପ୍ରଥମ ୱିକେଟ୍‌ରେ ୮୭ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଦଶମ ଓଭରର ଶେଷ ବଲ୍‌ରେ ଦ୍ରୁତ ଖେଳୁଥିବା ମାରକ୍ରମଙ୍କୁ ଦୁଷ୍ମନ୍ତ ଚାମିରା ଆଉଟ୍ କରି ଉଭୟଙ୍କୁ ଅଲଗା କରିବା କିନ୍ତୁ ମୋଡ଼ ବଦଳାଇ ଦେଇଥିଲା। ହଠାତ୍ ଲକ୍ଷ୍ନୌ ପାଳି ଭୁଶୁଡ଼ି ପଡ଼ିଥିଲା। ମୁକେଶ କୁମାର ଓ ମିଚେଲ ଷ୍ଟାର୍କଙ୍କ ଯୋଡ଼ି ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ଏହି ଦଳର ମଧ୍ୟକ୍ରମକୁ ପୂରା ଘାଇଲା କରି ଦେଇଥିଲେ। ମାତ୍ର ୨୩ ରନ୍‌ ଭିତରେ ୪ ୱିକେଟ୍ ହରାଇ ଲକ୍ଷ୍ନୌ ନିଜ ରନ୍ ଯାତ୍ରାର ଦିଗ ହରାଇଥିଲା। ଶେଷ ଆଡ଼କୁ ଆୟୁଷ ବଡ଼ୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ହିଁ ଦେଢ଼ ଶହ ଟପିପାରିଥିଲା ଲକ୍ଷ୍ନୌ। ଅଧିନାୟକ ଋଷଭ ପନ୍ତ ପୁଣି ଥରେ ଶସ୍ତାରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ।

ସଂକ୍ଷିପ୍ତ ସ୍କୋର୍: ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୨୦ ଓଭରରେ ୧୫୯/୬ (ଐଦେନ ମାରକ୍ରମ ୫୨, ମିଚେଲ ମାର୍ସ ୪୫, ଆୟୁଷ ବଡ଼ୋନୀ ୩୬, ମୁକେଶ କୁମାର ୪/୩୩, ମିଚେଲ ଷ୍ଟାର୍କ ୧/୨୫, ଦୁଷ୍ମନ୍ତ ଚାମିରା ୧/୨୫)। ଦିଲ୍ଲୀ କ୍ୟାପିଟାଲ୍‌ସ ୧୭.୫ ଓଭରରେ ୧୬୧/୨ (ଅଭିଷେକ ପୋରେଲ ୫୧, କେଏଲ୍ ରାହୁଲ ୫୭*, ଅକ୍ଷର ପଟେଲ ୩୪*, ଐଦେନ ମାରକ୍ରମ ୨/୩୦)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe