ମାରାଡୋନାଙ୍କ ୧୦ ନଂ ଜର୍ସିକୁ ଅବସର ଦେବାପାଇଁ ଦାବି

ମାରାଡୋନାଙ୍କ ୧୦ ନଂ ଜର୍ସିକୁ ଅବସର ଦେବାପାଇଁ ଦାବି

ବୁଏନ୍‌ସ ଏୟାରସ୍‌: ଫୁଟ୍‌ବଲର ଭଗବାନ ଡିଆଗୋ ମାରାଡୋନାଙ୍କର ବୁଧବାର ଅକାଳ ବିୟୋଗ ଘଟିଛି। ତାଙ୍କ ପରଲୋକ ପରେ କିଂବଦନ୍ତି ତାରକା ମାରାଡୋନା ପରିଧାନ କରୁଥିବା ୧୦ ନଂ ଜର୍ସି ଅବସର ନେବା ଉଚିତ ନା ନାହିଁ ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଏଭଳି ସମୟରେ ଏହି ଆର୍ଜେଣ୍ଟିନା ମହାନ୍‌ଙ୍କ ଜର୍ସି ନମ୍ବରକୁ ଅବସର ଦେଇଦେବାକୁ ମାର୍ସେଲି ପ୍ରବନ୍ଧକ ଆନ୍ଦ୍ରେ ବିଳାସ ବୋଆସ୍‌ ଫୁଟ୍‌ବଲ୍‌ର ସର୍ବାଚ୍ଚ ସଂସ୍ଥା ଫିଫା ନିକଟରେ ଦାବି କରିଛନ୍ତି। ମାରାଡୋନାଙ୍କ ସମ୍ମାନାର୍ଥେ ତାଙ୍କ ଜର୍ସି ନମ୍ବରକୁ ଆଉ କାହାରିକୁ ପିନ୍ଧିବାର ସୁଯୋଗ ‌ନଦେବା ପାଇଁ ଫିଫା ନିଷ୍ପତ୍ତି ନେଉ ବୋଲି ମାର୍ସେଲି ଆହ୍ବାନ ଦେଇଛନ୍ତି। ମାରାଡୋନା ସର୍ବକାଳୀନ ମହାନ୍‌ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ବିବେଚିତ ହେଉଥିଲେ।

ଆର୍ଜେଣ୍ଟିନାରେ ପ୍ରଶଂସକମାନେ ତାଙ୍କୁ ‘ଏଲ୍‌ ଡିଓସ୍‌’ ଭାବେ ପରିଗଣିତ କରୁଥିଲେ। ଯାହାର ଅର୍ଥ ଭଗବାନ। ଏପରିକି ତାଙ୍କ ୧୦ ନମ୍ବର ଜର୍ସିକୁ ମଧ୍ୟ ‘ଏଲ୍‌ ଡିଏଜ୍‌’ ସମ୍ବୋଧିତ କରୁଥିଲେ। ମାରାଡୋନାଙ୍କ ପୂର୍ବତନ କ୍ଲବ୍‌ ନାପୋଲି ତାଙ୍କୁ ସମ୍ମାନ ଜଣାଇ ୨୦୦୦ ମସିହାଠାରୁ ୧୦ ନମ୍ବର ଜର୍ସିକୁ ବ୍ୟବହାର କରୁନାହିଁ। ସେହି ଦୃଷ୍ଟିରୁ ଫିଫା ମଧ୍ୟ ମାରାଡୋନାଙ୍କ ୧୦ ନମ୍ବର ଜର୍ସିକୁ ସବୁ ଦଳ ପାଇଁ ସବୁ ପ୍ରତିଯୋଗିତାରେ ପ୍ରତ୍ୟାହାର କରିନେଇ ତାଙ୍କୁ ସମ୍ମାନ ଜଣାଇବା ଉଚିତ ବୋଲି ନାପୋଲି କ୍ଲବ୍‌ ପକ୍ଷରୁ ଦାବି ଉପସ୍ଥାପିତ କରାଯାଇଛି। ଏହା ହିଁ ମାରାଡୋନାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମାର୍ସେଲି କହିଛନ୍ତି। ମାରାଡୋନାଙ୍କ ମୃତ୍ୟୁ ଫୁଟ୍‌ବଲ ବିଶ୍ବ ପାଇଁ ଅବିଶ୍ବସନୀୟ କ୍ଷତି ବୋଲି ସେ କହିଛନ୍ତି। ଅବଶ୍ୟ ପୂର୍ବରୁ ଫିଫା ମାରାଡୋନାଙ୍କ ୧୦ ନମ୍ବର ଜର୍ସି ପିନ୍ଧିବାକୁ ଆର୍ଜେଣ୍ଟିନା ଖେଳାଳିଙ୍କୁ ଅନୁମତି ଦେଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe