ନୂଆଦିଲ୍ଲୀ: ଭାରତର କ୍ରୀଡ଼ା ପରିବେଶ ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି ବିଶ୍ବର ନଂ୨୦ ମାନ୍ୟତାପ୍ରାପ୍ତ ଡେନମାର୍କର ବ୍ୟାଡମିଣ୍ଟନ ତାରକା ମିଆ ବ୍ଲିଚଫେଲଡ୍। ସେ କହିଛନ୍ତି ଯେ ଖେଳିବା ପାଇଁ ଦିଲ୍ଲୀର ପରିବେଶକୁ ମଇଳା ଓ ଅସ୍ବାସ୍ଥ୍ୟକର ବୋଲି କହିଛନ୍ତି। ସେ କହିଛନ୍ତି ଯେ ବ୍ୟାଡମିଣ୍ଟନ କୋର୍ଟର ଅବସ୍ଥା ଭଲ ଥିଲେ ବି ବାହ୍ୟ ବାତାବରଣ ଖେଳାଳିମାନଙ୍କ ଉପଯୋଗୀ ନୁହେଁ।
ତେବେ ତାଙ୍କର ଏହି ଅଭିଯୋଗକୁ ଅସ୍ବୀକାର କରିଛି ଭାରତୀୟ ବ୍ୟାଡମିଣ୍ଟନ୍ ସଂଘ। ଇଣ୍ଡିଆ ଓପନ୍ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଖେଳିବାକୁ ଭାରତ ଆସିଥିବା ମିଆ ଗତବର୍ଷ ମଧ୍ୟ ସମାନ ପ୍ରଶ୍ନ ଉଠାଇଥିଲେ। ତାଙ୍କର ଚିନ୍ତାକୁ ଦେଖି ଏଥରର ପ୍ରତିଯୋଗିତା ଗତ ଥରର କେଡି ଯାଦବ ଇଣ୍ଡୋର ଷ୍ଟାଡିୟମ ବଦଳରେ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ କରାଯାଉଛି। କିନ୍ତୁ ଏଥରର ମଧ୍ୟ ସେ ସେମାନ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ପ୍ରତିଯୋଗିତାର ସ୍ଥାନ ପରିବର୍ତ୍ତନ ହୋଇଛି କିନ୍ତୁ ପରିବେଶରେ କୌଣସି ଉନ୍ନତି ଆସିନାହିଁ। କୋର୍ଟର ଅବସ୍ଥା ଭଲ ଥିଲେ ବି ଏଠାକାର ବାତାବରଣ ସ୍ବାସ୍ଥ୍ୟକର ନୁହେଁ। ଷ୍ଟାଡିୟମ ଚାରିପାଖର ବାତାବରଣ ମଇଳା ଓ ସେଥିରେ ପକ୍ଷୀମଳ ରହିଛି।
ଆହୁରି ପଢ଼ନ୍ତୁ: Cricket: ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ରନ୍: ସଚିନଙ୍କ କିର୍ତ୍ତିମାନ ଭାଙ୍ଗିଲେ କୋହଲି
ଜବାବ ଦେଲା ଭାରତୀୟ ବ୍ୟାଡମିଣ୍ଟନ ସଂଘ
ତାଙ୍କର ଏହି ଅଭିଯୋଗର ଜବାବରେ ଭାରତୀୟ ବ୍ୟାଡମିଣ୍ଟନ ସଂଘର ମହାସଚିବ ସଂଜୟ ମିଶ୍ରା କହିଛନ୍ତି ଯେ ମିଆ ଏହି ପ୍ରତିଯୋଗିତାର ଆୟୋଜନକୁ ନୁହେଁ ସାଧାରଣ କ୍ରୀଡ଼ା ପରିବେଶ ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟ ସଂବେଦନଶୀଳତାକୁ ନେଇ ମନ୍ତବ୍ୟ ଦେଇଛନ୍ତି। ଆସନ୍ତା ଅଗଷ୍ଟ ମାସରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ବିଶ୍ବ ଚାମ୍ପିୟନସିପ୍ ଆୟୋଜନ ହେବାକୁ ଥିବାବେଳେ ଖେଳାଳିମାନଙ୍କ ଏପରି ଆପତ୍ତିକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ଏପରିକି ଭାରତ ୧୯୩୬ର ଅଲମ୍ପିକ୍ସ ଆୟୋଜନ କରିବାକୁ ଉଦ୍ୟମ କରୁଥିବାବେଳେ ପରିବେଶକୁ ନେଇ ଏପରି ଅଭିଯୋଗ ଭାରତର ଉଦ୍ୟମକୁ ପ୍ରଭାବିତ କରିପାରେ।
ଆହୁରି ପଢ଼ନ୍ତୁ: Eating On Banana Leaf: କଦଳୀପତ୍ରରେ ଖାଦ୍ୟ ଖାଇବା କେତେ ଲାଭଦାୟକ, ଜାଣିବା...
Follow Us