Badminton - Danisa Denmark Open - Mens Singles Final - Odense, Denmark - October 22, 2017-Kidambi Srikanth of India hits a return during the mens singles final match against Lee Hyun Il of Korea. Scanpix Denmark/Claus Fisker via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. DENMARK OUT. NO COMMERCIAL OR EDITORIAL SALES IN DENMARK. NO COMMERCIAL SALES. - RC19B8BA9490
ଓଡେନ୍ସି: ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ଏବଂ ସମୀର ବର୍ମା ଚଳିତ ଡେନ୍ମାର୍କ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଏକକରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଉଭୟେ ନିଜ ନିଜର ପ୍ରଥମ ପର୍ଯ୍ୟାୟ ଜିତି ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଏମାନଙ୍କ ସହ ମହିଳା ଯୁଗଳ ଯୋଡ଼ି ଅଶ୍ବିନୀ ପୋନ୍ନାପ୍ପା ଓ ଏନ୍ ସିକ୍କି ରେଡ୍ଡୀ ମଧ୍ୟ ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ବୁଧବାର ଶ୍ରୀକାନ୍ତ ୨୧-୧୬, ୨୧-୧୦ରେ ଡେନ୍ମାର୍କର ହାନ୍ସ କ୍ରିଷ୍ଟିଆନ୍ ସୋଲବର୍ଗ ଭିଟିଙ୍ଗସ୍ଙ୍କୁ ଏବଂ ସମୀର ୨୧-୧୭, ୨୧-୧୮ରେ ଚୀନ୍ର ସି ୟୁକିଙ୍କୁ ହରାଇଥିଲେ। ସେହିପରି ମହିଳା ଯୁଗଳରେ ଅଶ୍ବିନୀ ଓ ସିକ୍କି ୨୧-୭, ୨୧-୧୧ରେ ଆମେରିକା ଯୋଡ଼ି ଏରିଏଲ୍ ଲି ଓ ସିଡ୍ନି ଲିଙ୍କୁ ପରାସ୍ତ କରିଥିଲେ।
Follow Us