ଦେଓଧର ଟ୍ରଫି ଫାଇନାଲରେ କର୍ଣ୍ଣାଟକ

Advertisment
ପିଭିଆର୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତା ୧୦ରୁ

ଧର୍ମଶାଳା: ଧର୍ମଶାଳାଠାରେ ଖେଳା ଯାଉଥିବା ଦେଓଧର ଟ୍ରଫି ସୀମିତ ଓଭର ଘରୋଇ କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ଖେଳା ଯାଇଥିବା ମ୍ୟାଚ୍‌ରେ ବିଜୟ ହଜାରେ ଟ୍ରଫି ବିଜେତା କର୍ଣ୍ଣାଟକ ୬୫ ରନ୍‌ରେ ଭାରତ ‘ଏ’କୁ ପରାସ୍ତ କରିଛି। ଏଥିସହିତ କର୍ଣ୍ଣାଟକ ଫାଇନାଲରେ ମଧ୍ୟ ସ୍ଥାନ ସୁରକ୍ଷିତ କରି ନେଇଛି। ଆଜିର ମୁକାବିଲାରେ କର୍ଣ୍ଣାଟକ ପ୍ରଥମେ ବ୍ୟାଟିଂ କରି ରବିକୁମାର ସମର୍ଥ (୮୫) ଓ ପବନ ଦେଶପାଣ୍ଡେ (୯୫)ଙ୍କ ଅର୍ଧଶତକ ସହ ଓ୍ଵିକେଟ୍‌ ରକ୍ଷକ ଚିଦାମ୍ବରମ୍‌ ଗୌତମଙ୍କ ଦ୍ରୁତ ୪୯* ରନ୍‌ ବଳରେ ନିର୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୩୩୯ ରନ୍‌ର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ କର୍ଣ୍ଣାଟକ ୩୯.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୨୭୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଉନ୍ମୁକ୍ତ ଚାନ୍ଦ ସର୍ବାଧିକ ୮୧ ରନ୍‌ କରିଥିଲେ। ଭାରତ ‘ଏ’ ତା’ର ଶେଷ ୬ ଓ୍ଵିକେଟ୍‌ ମାତ୍ର ୨୦ ରନ୍‌ରେ ହରାଇଥିଲା। କର୍ଣ୍ଣାଟକ ସଂପ୍ରତି ଦୁଇଟି ମ୍ୟାଚ୍‌ରୁ ଦୁଇଟି ବିଜୟ ସହ ପୂରା ୮ ପଏଣ୍ଟ ପାଇ ଫାଇନାଲରେ ପ୍ରବେଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe