ରାଜ୍ୟ କ୍ରିକେଟ୍‌କୁ ଆଗକୁ ନେବାକୁ ସଂକଳ୍ପବଦ୍ଧ: ସମର୍ପିତ କ୍ରିକେଟ୍ ପ୍ରତିଭା ସାଇଦୀପ୍

ଓଡ଼ିଶା କ୍ରିକେଟ୍‌ର ତରୁଣ ପ୍ରତିଭାମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି ସାଇଦୀପ୍ ମହାପାତ୍ର (ଅଗ୍ନି)। ସାତ ବର୍ଷ ବୟସରେ ଜୁଭେନାଇଲ୍ କ୍ରିକେଟ୍ କ୍ଲବ୍‌ରେ ବ୍ୟାଟ୍‌ ଧରିବା ଶିଖିଥିବା ସାଇଦୀପ୍‌ ଏବେ ରାଜ୍ୟ ଜୁନିୟର ଦଳ ଆଗ ଧାଡ଼ିର ବ୍ୟାଟର୍‌।

dgjgjjcnbcn

କଟକ: ଓଡ଼ିଶା କ୍ରିକେଟ୍‌ର ତରୁଣ ପ୍ରତିଭାମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି ସାଇଦୀପ୍ ମହାପାତ୍ର (ଅଗ୍ନି)। ସାତ ବର୍ଷ ବୟସରେ ଜୁଭେନାଇଲ୍ କ୍ରିକେଟ୍ କ୍ଲବ୍‌ରେ ବ୍ୟାଟ୍‌ ଧରିବା ଶିଖିଥିବା ସାଇଦୀପ୍‌ ଏବେ ରାଜ୍ୟ ଜୁନିୟର ଦଳ ଆଗ ଧାଡ଼ିର ବ୍ୟାଟର୍‌। ଏବେ ସାଇଦୀପ୍‌ଙ୍କ ପ୍ରତିଭା ଓଡ଼ିଶା ତଥା ଓଡ଼ିଶା ବାହାରେ ପ୍ରତିଫଳିତ ହେଉଛି। ଉଭୟ ବ୍ୟାଟିଂ ଓ ବୋଲିଂକୁ ସମତାଳରେ ଧରି ଚାଲିଛନ୍ତି ସେ। କୌଶଳ, ଦକ୍ଷତା ସହ ମାନସିକ ସ୍ଥିରତା ଓ କଠିନ ଅଭ୍ୟାସ ପାଇଁ ସାଇଦୀପ୍‌ ବିଦ୍ୟାଳୟସ୍ତରରୁ ବଢ଼ି ଏବେ ରାଜ୍ୟ ଜୁନିୟର ଦଳରେ ନିଜର ସ୍ଥାନ ସଂରକ୍ଷିତ କରିଛନ୍ତି। ଆଗକୁ ରାଜ୍ୟ ସିନିୟର ଦଳରେ ରହି ଓଡ଼ିଶା କ୍ରିକେଟକୁ ଉଚ୍ଚସ୍ତରକୁ ଆଗକୁ ନେବାକୁ ସ୍ବପ୍ନ ଦେଖିଛନ୍ତି ଆଉ ସଂକଳ୍ପ ନେଇଛନ୍ତି ସେ। 

ସାଇଦୀପ୍ ସିଡିଏ ଡିଏଭିରେ ପଢ଼ୁଥିବା ବେଳେ ସ୍କୁଲ ଟିମ୍ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସ୍କୁଲ ପକ୍ଷରୁ ତାଙ୍କୁ ଏକ ବାଇକ୍ ଉପହାର ଦିଆଯାଇଥିଲା। ଏହା ପରେ ଆଉ ସେ ପଛକୁ ଚାହିନାହାନ୍ତି। ୨୦୨୪-୨୫ରେ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି କ୍ରିକେଟ୍‌ ହେଉ ଅବା ବୁଚି ବାବୁ ସର୍ବଭାରତୀୟ ଆମନ୍ତ୍ରଣୀୟ କ୍ରିକେଟ ‌ହେଉ, ସବୁ କ୍ଷେତ୍ରରେ ତାଙ୍କର ବି‌‌ଶେଷ ଅବଦାନ ରହିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ସେ ଆଶାନୁରୂପ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସାଇଦୀପ୍ ଚଳିତ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫିର ୭ଟି ମ୍ୟାଚ୍‌ରେ ୧୨ଟି ଇନିଂସରୁ ଗୋଟିଏ ଶତକ, ଦୁଇଟି ଅର୍ଦ୍ଧଶତକ ସହିତ ୪୦.୦୯ ହାରାହାରିରେ ମୋଟ ୪୪୧ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ‌ବୋଲିଂରେ ସେ ୧୧ଟି ୱିକେଟ୍‌ ନେଇଛନ୍ତି। ଉତ୍ତରାଖଣ୍ଡ ବିପକ୍ଷରେ ସେ ଶତକ (୧୧୯) ଏବଂ ମହାରାଷ୍ଟ୍ର (୪୦), କେରଳ (୬୪) କର୍ଣ୍ଣାଟକ (୫୫), ତ୍ରିପୁରା (୪୩, ୪୬) ବିପକ୍ଷରେ ପ୍ରଭାବୀ ପାଳି ଖେଳିଥିଲେ।

ସେହିପରି ୨୦୨୪-୨୫ ୨୩ ବର୍ଷରୁ କମ୍‌ ପୁରୁଷ ଷ୍ଟେଟ୍ ଟ୍ରଫି ଦିନିକିଆ କ୍ରିକେଟ୍‌ରେ ସାଇଦୀପ ସଫଳତା ପାଇଥିଲେ। ସାଇଦୀପ୍ ଓଡ଼ିଶା ସିନିୟର ଦଳ ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଇଛନ୍ତି। ଓଡ଼ିଶା ସିନିୟର ଦଳ ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ପ୍ରଶିକ୍ଷଣ ଶିବିର କରିବା ପରେ ଏବେ ବୁଚି ବାବୁ ସର୍ବଭାରତୀୟ ଆମନ୍ତ୍ରଣୀୟ କ୍ରିକେଟ ପ୍ରତିଯୋଗିତା ଖେଳିବା ସୁଯୋଗ ପାଇଛନ୍ତି। ସାଇଦୀପ୍ ଏବେ ମଧୁସୂଦନ ବିଶ୍ବବିଦ୍ୟାଳୟରେ ଆଇନ ଶିକ୍ଷା ଗ୍ରହଣ କରୁଛନ୍ତି। ବାପା ଆଇନଜୀବୀ ପ୍ରଦୀପ ମହାପାତ୍ର ଓ ମା’ ମମତାମୟୀ ମହାପାତ୍ରଙ୍କ ପ୍ରେରଣାରେ ଆଗକୁ ବଢ଼ିଥିବା ସାଇଦୀପ୍ ଏବେ ଓଡ଼ିଶା ସିନିୟର ଦଳକୁ ଯିବାକୁ ଆଶା ରଖିଛନ୍ତି। ସିନିୟର ଦଳ ପକ୍ଷରୁ ବିଭିନ୍ନ ଆମନ୍ତ୍ରଣୀୟ ପ୍ରତିଯୋଗିତା ଲାଗି ମନୋନୀତ ହେବା ପରେ ଏବେ ସାଇଦୀପ ଓଡ଼ିଶା ରଣଜୀ ଦଳରେ ସ୍ଥାନ ପାଇବା ନେଇ ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe