ଢାକା ଟେଷ୍ଟ୍‌: ଦ୍ୱିତୀୟ ଦିନ ବି ୧୪ ଓ୍ଵିକେଟ୍‌ ପତନ 

Advertisment

ବାଂଲାଦେଶ ୧୧୦; ଶ୍ରୀଲଙ୍କା ୩୧୨ ରନ୍‌ରେ ଆଗୁଆ

ବାଂଲାଦେଶ ୧୧୦; ଶ୍ରୀଲଙ୍କା ୩୧୨ ରନ୍‌ରେ ଆଗୁଆ

ଢାକା ଟେଷ୍ଟ୍‌: ଦ୍ୱିତୀୟ ଦିନ ବି ୧୪ ଓ୍ଵିକେଟ୍‌ ପତନ 

Sri Lankan wicketkeeper Niroshan Dickwella (L) and Dimuth Karunaratne (C) celebrates after he dismissed Bangladesh cricketer Soumya Sarkar (R) during the final day of the opening Test match between Sri Lanka and Bangladesh at the Galle International Cricket Stadium in Galle on March 11, 2017. / AFP PHOTO / LAKRUWAN WANNIARACHCHI

ଢାକା: ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାରଠୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ବୋଲରଙ୍କ ଦବ୍‌ଦବା ଜାରି ରହିଛି। ଫଳରେ ପ୍ରଥମ ଦିବସ ଭଳି ଶୁକ୍ରବାର ଦ୍ୱିତୀୟ ଦିନ ବି ୧୪ ଓ୍ଵିକେଟ୍‌ର ପତନ ଘଟିଛି। ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ଆଦୌ ସହଜ ହେଉନଥିବା ଏହି ପିଚ୍‌ରେ ତଥାପି ଭ୍ରମଣକାରୀ ଶ୍ରୀଲଙ୍କା ହାତରେ ୨ ଓ୍ଵିକେଟ୍‌ ଥାଇ ୩୧୨ ରନ୍‌ରେ ଆଗୁଆ ହୋଇ ବିଜୟ ସମ୍ଭାବନା ସୃଷ୍ଟି କରିଛି। ରୋସେନ୍‌ ସିଲ୍‌ଭାଙ୍କ କ୍ରମାଗତ ଅର୍ଧଶତକୀୟ ପାଳି ହିଁ ଶ୍ରୀଲଙ୍କାକୁ ସୁଯୋଗ ଦେଇଛି।

ପ୍ରଥମ ପାଳିରେ ୨୨୨ ରନ୍‌ କରିପାରିଥିବା ଶ୍ରୀଲଙ୍କା ଶୁକ୍ରବାର ଘରୋଇ ବାଂଲାଦେଶର ପ୍ରଥମ ପାଳିକୁ ମାତ୍ର ୧୧୦ ରନ୍‌ରେ ଶେଷ କରିଦେଇଥିଲା। ଦୁଇ ଜଣ ରନ୍‌ ଆଉଟ୍‌ ହୋଇଥିଲା ବେଳେ ସୁରଙ୍ଗା ଲାକ୍‌ମଲ୍‌ (୩/୨୫), ଦିଲ୍‌ରୁଓ୍ଵାନ୍‌ ପେରେରା (୨/୩୨) ଓ ଅକିଲ୍‌ ଧନଞ୍ଜୟ (୩/୨୦) ଅବଶିଷ୍ଟ ୮ ଓ୍ଵିକେଟ୍‌କୁ ବାଣ୍ଟି ନେଇଥିଲେ। ବାଂଲାଦେଶ ପକ୍ଷରୁ ରାତ୍ରି ଜଗୁଆଳି ଭାବେ ଗୁରୁବାର କ୍ରିଜ୍‌କୁ ଆସିଥିବା ମେହେଦି ହାସନ୍‌ ମିରାଜ୍‌ ୩୮, ଓ୍ଵିକେଟ୍‌ ରକ୍ଷକ ଲିଟନ୍‌ ଦାସ ୨୫ ଓ ଅଧିନାୟକ ମାହମୁଦୁଲ୍ଲା (୧୭) ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ କରିବାରୁ ଦଳ ୧୦୦ ରନ୍‌ ଟପି ପାରିଥିଲା। ବାଂଲାଦେଶ ପ୍ରଥମ ପାଳି ୪୫.୪ ଓଭରରେ ଶେଷ ହୋଇଯାଇଥିଲା ବେଳେ ଶ୍ରୀଲଙ୍କା ୧୧୨ ରନ୍‌ରେ ଅଗ୍ରଣୀ ପାଇଯାଇଥିଲା। ପରେ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଶ୍ରୀଲଙ୍କା ଦ୍ୱିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୮ ଓ୍ଵିକେଟ୍‌ ବିନିମୟରେ ୨୦୦ ରନ୍‌ କରିନେଇଛି। ଦିମୁଥ୍‌ କରୁଣାରତ୍ନେ ୩୨, କୁସାଲ ମେଣ୍ଡିସ୍‌ ୭, ଧନଞ୍ଜୟ ଡି ସିଲ୍‌ଭା ୨୮, ଦନୁଷ୍କା ଗୁଣତିଳକା ୧୭, ଅଧିନାୟକ ଦୀନେଶ ଚାନ୍ଦିମଲ୍‌ ୩୦, ଓ୍ଵିକେଟ୍‌ ରକ୍ଷକ ନିରୋସାନ୍‌ ଡିକ୍‌େଓ୍ଵଲା ୧୦, ଦିଲ୍‌ରୁଓ୍ଵାନ୍‌ ପେରେରା ୭ ଓ ଅକିଲ ଧନଞ୍ଜୟ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍‌ ଫେରିଯାଇଥିଲେ। ପ୍ରଥମ ପାଳିରେ ୫୬ ରନ୍‌ କରିଥିବା ରୋସେନ୍‌ ସିଲ୍‌ଭା ଦ୍ୱିତୀୟ ପାଳିରେ ୫୮ ରନ୍‌ କରି ଅପରାଜିତ ରହିଥିଲା ବେଳେ ସୁରଙ୍ଗା ଲାକ୍‌ମଲ୍‌ ୭ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଚାନ୍ଦିମଲ୍‌ ଓ ରୋସେନ୍‌ଙ୍କ ପଞ୍ଚମ ଓ୍ଵିକେଟ୍‌ରେ ୫୧ ରନ୍‌ ଭାଗୀଦାରି ହିଁ ଶ୍ରୀଲଙ୍କା ପାଳିର ଉଲ୍ଲେଖନୀୟ ଥିଲା। ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ ୬୨ ଓଭର ବୋଲିଂ କରିଥିବା ବାଲଂଦେଶ ପକ୍ଷରୁ ମୁସ୍ତାଫିଜର ରହମନ୍‌ ୩/୩୫, ତାଇଜୁଲ୍‌ ଇସ୍‌ଲାମ୍‌ ୨/୭୨, ମେହେଦି ହାସନ୍‌ ମିରାଜ୍‌ ୨/୨୯ ଓ ଅବ୍‌ଦୁର୍‌ ରଜାକ୍‌ ୧/୬୦ ବୋଲିଂ ଚିତ୍ର ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe