ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ପରସ୍ପରକୁ 'ଅନଫଲୋ' କଲେ ଧନଶ୍ରୀ-ୟୁଜବେନ୍ଦ୍ର, ହଟାଇଲେ ଫଟୋ

ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହେବେ ବୋଲି କିଛି ବର୍ଷ ହେଲାଣି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଏବେ ଦମ୍ପତି ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି।

tdhanae

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହେବେ ବୋଲି କିଛି ବର୍ଷ ହେଲାଣି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଏବେ ଦମ୍ପତି ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି।

ଅନଫଲୋ କରିବା ସହ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର, ଧନଶ୍ରୀଙ୍କ ସହିତ ସମସ୍ତ ଫଟୋ ମଧ୍ୟ ଡିଲିଟ୍ କରିଦେଇଛନ୍ତି। ଅନ୍ୟପକ୍ଷରେ ଧନଶ୍ରୀ, ୟୁଜବେନ୍ଦ୍ରଙ୍କୁ ଅନଫଲୋ କରିଛନ୍ତି କିନ୍ତୁ ତାଙ୍କ ସହିତ କୌଣସି ଫଟୋ ଡିଲିଟ୍ କରିନାହାଁନ୍ତି। ଦୁହିଁଙ୍କ ସହ ଜଡ଼ିତ ଥିବା ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି ଯେ, "ଛାଡ଼ପତ୍ର ନେଇ ହେଉଥିବା ଚର୍ଚ୍ଚା ସତ। ଛାଡ଼ପତ୍ର ହେବା ନିଶ୍ଚିତ। ଏହା କେବଳ ସମୟର କଥା। କିଛି ଦିନ ମଧ୍ୟରେ ଦୁହେଁ ଏହା ଘୋଷଣା କରିବେ। ଦୁହେଁ ଅଲଗା ହେବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ ଏହି ଦମ୍ପତି ଅଲଗା ହେବାକୁ ନିଷ୍ପତ୍ତି ନେଇସାରିଛନ୍ତି।"

ଏଡି ଚର୍ଚ୍ଚା ୨୦୨୨ରୁ ଆରମ୍ଭ ହେଲାଣି। ଧନଶ୍ରୀ ନିଜ ନାମରୁ ଚହଲ ଉପନାମ ହଟାଇବା ପରେ ଛାଡ଼ପତ୍ର ଚର୍ଚ୍ଚା ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe