ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଛାଡ଼ପତ୍ରର ଗୁଜବ ଅନେକ ଦିନ ହେବ ଚର୍ଚ୍ଚାରେ ରହି ଆସିଛି। କିନ୍ତୁ ଏଯାବତ ଦୁହେଁ ଛାଡପତ୍ର ଖବର ଉପରେ ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
ଧନଶ୍ରୀ ଏବଂ ୟୁଜଭେନ୍ଦ୍ର ଚହଲଙ୍କ ପ୍ରଥମ ସାକ୍ଷାତ ନୃତ୍ୟ ମାଧ୍ୟମରେ ହୋଇଥିଲା। ଧନଶ୍ରୀ ୟୁଜଭେନ୍ଦ୍ରଙ୍କ ନୃତ୍ୟ ଶିକ୍ଷୟିତ୍ରୀ ଥିଲେ। ଧନଶ୍ରୀ ୟୁଜଭେନ୍ଦ୍ରଙ୍କୁ ଅନଲାଇନରେ ନୃତ୍ୟ ଶିଖାଉଥିଲେ।
ଅଧିକପଢ଼ନ୍ତୁ:ଦୁର୍ବଳ ହେଉଛି ମାଓଦୁର୍ଗ! ଯବାନଙ୍କ ଅପରେସନ୍ ଦେଖି ନକ୍ସଲ ଛାନିଆ
ଧନଶ୍ରୀ ଏବଂ ୟୁଜଭେନ୍ଦ୍ରଙ୍କ ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିାଏ। ୟୁଜଭେନ୍ଦ୍ରଙ୍କ ବ୍ୟତୀତ ଧନଶ୍ରୀଙ୍କୁ ଅନ୍ୟ କ୍ରିକେଟରମାନଙ୍କ ସହ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି।।
ନିକଟରେ ଶ୍ରେୟସ ଆୟରଙ୍କ ସହ ଧନଶ୍ରୀଙ୍କ ନୃତ୍ୟ ଭିଡିଓ ଭାଇରାଲ ହୋଇଥିଲା।। ଏହା ବ୍ୟତୀତ ଧନଶ୍ରୀ ବିଦେଶୀ କ୍ରିକେଟର ଜୋସ ବଟଲରଙ୍କୁ ମଧ୍ୟ ନୃତ୍ୟ ଶିଖାଇଥିଲେ। ଯାହାର ଭିଡିଓ ସମ୍ପ୍ରତି ଭାଇରାଲ ହୋଇଛି।
ଧନଶ୍ରୀ ନିଜେ ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଥିଲେ - ଇଏ ଆମେ। ଭିଡିଓରେ ଧନଶ୍ରୀ ଜୋସ ବଟଲର୍ ଏବଂ ୟୁଜଭେନ୍ଦ୍ରଙ୍କୁ ନୃତ୍ୟ ଶିଖାଉଥିବାର ଦେଖିବାକୁ ମିଳୁଛି। ପ୍ରଥମେ ୟୁଜଭେନ୍ଦ୍ର ନାଚୁଛନ୍ତି। ଏହାପରେ ସେ ଏକ ପାର୍ଶ୍ବରେ ଛିଡ଼ା ହୋଇଯାଉଛନ୍ତି।
ଅଧିକପଢ଼ନ୍ତୁ:ଚୀନ୍ ସେନା ନିୟନ୍ତ୍ରଣରେ ପାନାମା କେନାଲ: ଟ୍ରମ୍ପଙ୍କ ମନ୍ତବ୍ୟ ନେଇ ବିବାଦ
ଧନଶ୍ରୀ ଜୋସ ବଟଲରଙ୍କୁ ନାଚ ଶିଖାଇବାରେ ବ୍ୟସ୍ତ ହୋଇଯାଉଛନ୍ତି।। ନାଚୁନାଚୁ ଜୋସ ବଟଲର୍ ଏବଂ ୟୁଜଭେନ୍ଦ୍ର ଚହଲ୍ ଚଟାଣରେ ଶୋଇପଡ଼ୁଛନ୍ତି। ଏହାପରେ ତିନିଜଣ ବେଶ ଖୁସିରେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି।