ଭୁବନେଶ୍ବର: ସୀମାନ୍ତରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି। ସୁରକ୍ଷା ବାହିନୀ ଡାଳେଡାଳେ ଗଲେ ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି। ସାଧାରଣ ସଂପତି ନଷ୍ଟ କରିବା ଓ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ନକ୍ସଲମାନେ ନୂଆନୂଆ ଚିନ୍ତା କରୁଛନ୍ତି। ତେବେ ନକ୍ସଲଙ୍କ ଯୋଜନା ଭଣ୍ଡୁର କରିବା ପାଇଁ ସୁରକ୍ଷା ବାହିନୀ ମଧ୍ୟ ନିଜର ସମସ୍ତ ଉଦ୍ୟମକୁ ଲଗାଇଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲା କୁଟୁର ଥାନା ଅନ୍ତର୍ଗତ କାମ୍ବେଲି ଗାଁ ନିକଟରେ ଗତ ୬ ତାରିଖ ଦିନ ନକ୍ସଲଙ୍କ ବର୍ବର କାଣ୍ଡର ପ୍ରତିଶୋଧ ନେଇଛନ୍ତି ସୁରକ୍ଷା ବାହିନୀ। ବିଜାପୁରର ମାଡେୟାର ପୁଲିସ ଷ୍ଟେସନ ଅନ୍ତର୍ଗତ ବାନ୍ଦେପାରା ଏବଂ କୋରାନଜେଡ ଜଙ୍ଗଲରେ ସୁରକ୍ଷା ବାହିନୀର ଯବାନମାନେ ଆଜି ୩ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଅପରେସନ ଜାରି ଥିବା ବେଳେ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି।  

Advertisment

ଏହି ଖବର ପଢ଼ନ୍ତୁ: ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର: ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ନକ୍ସଲ ନିପାତ

ବାନ୍ଦେପାରା-କୋରାନଜେଦ୍ ଜଙ୍ଗଲରେ ନକ୍ସଲମାନଙ୍କ ଗତିବିଧି ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପେରେସନରେ ବାହାରିଥିବା ବେଳେ ରବିବାର ସକାଳେ ଜଙ୍ଗଲରେ ପହଞ୍ଚିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯବାନମାନେ ମଧ୍ୟ ଆଗକୁ ଯାଇ ନକ୍ସଲମାନଙ୍କ ଗୁଳିର ଜବାବ ଦେଇଥିଲେ। ଏଥିରେ ମୁକାବିଲା କରି ନପାରି ୩ ଜଣ ନକ୍ସଲ ଟଳି ପଡ଼ିଥିଲେ। ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ସଂଖ୍ୟା ଆହୁରି ବଧିପରେ ବୋଲି ଆଶା  କରାଯାଉଛି। ତେବେ ନକ୍ସଲମାନଙ୍କ ହତ୍ୟାକୁ ନେଇ ପୁଲିସ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି।

ଏହି ଖବର ପଢ଼ନ୍ତୁ: ମାଓ ଡମ୍ପ ଉଦ୍ଧାର, ବହୁ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ଆଠ ଜଣ ଯବାନ ସହିଦ ହେବା ଘଟଣାକୁ ସୁରକ୍ଷା ବାହିନୀ ଓ ସହରକାର ହାଲୁକା ଭାବେରେ ନେଇ ନାହାନ୍ତି। ୮ ଜଣ ନକ୍ସଲଙ୍କ ସହିଦ ଘଟଣାର ପ୍ରତିଶୋଧ ନେବା ପାଇଁ ସୁରକ୍ଷା ବାହିନୀ ଏବେ ଅଧିକ ସକ୍ରିୟ ଅଛନ୍ତି। ସର୍ଚ୍ଚ ଅପରେଶନ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିଦେଇଛନ୍ତି। ଯବାନଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ନକ୍ସଲମାନେ ଭୟଭୀତ ହୋଇଯାଇଛନ୍ତି। ମୁଖ୍ୟ ସୂ୍ତ୍ରରେ ସାମିଲ ହେବା ପାଇଁ ଅନେକ ମାଓବାଦୀ ଏବେ ରାସ୍ତା ଖୋଜୁଛନ୍ତି। 

ଏହି ଖବର ପଢ଼ନ୍ତୁ: କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର

ସୂଚନାଯୋଗ୍ୟ ଗତ ୬ ତାରିଖ ଦିନ ଅବୁଝମାଡ଼ ଜଙ୍ଗଲରେ ବଡ଼ ଅପରେସନ୍‌ ପାଇଁ ଯବାନମାନେ ଯାଇଥିଲେ। ନକ୍ସଲମାନେ ବିସ୍ଫୋରଣ କରି ଡିଆର୍‌ଜି ଯବାନଙ୍କ ଭ୍ୟାନ୍‌କୁ ଉଡ଼ାଇ ଦେଇଥିଲେ। ଲମ୍ବା ଅପରେସନ୍‌ ଯୋଗୁ ଥକି ଯାଇଥିବା ଡିଆର୍‌ଜି ଯବାନଙ୍କୁ କ୍ୟାମ୍ପ୍‌କୁ ଫେରାଇ ଆଣିବା ପାଇଁ ଆଜି ପିକ୍‌ଅପ୍‌ ଭ୍ୟାନ୍‌ ଯାଇଥିଲା। ପାଖାପାଖି ୨୦ଜଣ ଯବାନ ଗାଡ଼ିରେ ବସି କ୍ୟାମ୍ପ୍‌କୁ ଫେରିବା ରାସ୍ତାରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ଗାଡ଼ିକୁ ଉଡ଼ାଇ ଦେଇଥିଲେ। ଘଟଣାସ୍ଥଳରେ ୮ଯବାନ ସହିଦ ହୋଇଥିଲେ। ସହିଦ ଯବାନମାନେ ହେଲେ କୋରସା ବୁଦ୍ଧୁରାମ, ସୋମଡ଼ୁ ବେଟିଲି, ଦୁମ୍ମା ମାଡ଼କାମ, ବମନ ସୋଡ଼ି, ହରିଶ କୋରାମ, ପଣ୍ଡରୁ ପୋୟମ, ସୁଦର୍ଶନ ବେଟି ଓ ସୁଭରନାଥ ୟାଦବ। ଭ୍ୟାନ୍‌ ଡ୍ରାଇଭର୍‌ଙ୍କ ମଧ୍ୟ ମୃତ୍ୟୁ ହୋଇଛି। ୮ରୁ ଅଧିକ ଯବାନ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଏୟାରଲିଫ୍ଟ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

ଏହି ଖବର ପଢ଼ନ୍ତୁ: ନକ୍ସଲଙ୍କ ଭୟଙ୍କର ପାଲଟା ଆକ୍ରମଣ: ୮ ଯବାନ ସହିଦ